
ନେଲୋର୍ ପୌର ନିର୍ବାଚନରେ ହାରିବା ପରେ ଗୋଟାଏ ବିଚିତ୍ର ପ୍ରତିଜ୍ଞା କରି ଜଣେ ‘ତେଲୁଗୁ ଦେଶମ୍ ପାର୍ଟି’ ନେତା ତାଙ୍କ ନିଶ ଓ ମୁଣ୍ଡରୁ ଫାଳେ କ୍ଷୌର ହୋଇପଡ଼ିଛନ୍ତି।
ପୌର ନିର୍ବାଚନରେ ‘ଟିଡିପି’ର ଶୋଚନୀୟ ପରାଜୟ ପରେ ଏଭଳି ବିଚିତ୍ର ପ୍ରତିଜ୍ଞା କରିଛନ୍ତି କାପ୍ପେରା ଶ୍ରୀନିବାସୁଲୁ। ସେ ଘୋଷଣା କରିଛନ୍ତି ଯେ, ଆନ୍ଧ୍ରପ୍ରଦେଶରେ ଚନ୍ଦ୍ରବାବୁ ନାଇଡୁ କ୍ଷମତାସୀନ ନ ହେବାଯାଏଁ ସେ ଅଧା ଲଣ୍ଡାମୁଣ୍ଡିଆ ହେବା ସହ ଅଧା ନିଶ କ୍ଷୌର ହେବେ।
ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନଙ୍କୁ ପ୍ରତ୍ୟାଖ୍ୟାନ କରି ନାଇଡୁଙ୍କୁ ପୁନଃନିର୍ବାଚିତ କରନ୍ତୁ ବୋଲି ଉଲ୍ଲେଖ ଥିବା ଗୋଟାଏ ‘ସ୍ଲେଟ୍’ ମଧ୍ୟ ସେ ବେକରେ ପକାଇଛନ୍ତି।
ଶ୍ରୀନିବାସୁଲୁ ଦାବି କରିଛନ୍ତି ଯେ, ଶାସକ ‘ୱାଇଏସ୍ଆର୍ସିପି’ ଭୋଟ୍ ଜାଲିଆତିରେ ସମ୍ପୃକ୍ତ ଅଛି ଏବଂ ନେଲୋର୍ ପୌର ନିର୍ବାଚନରେ ଭୋଟ୍ କିଣିବା ଲାଗି ମନ୍ତ୍ରୀ ଅନୀଲ କୁମାର ଏବଂ ତାଙ୍କ ସମର୍ଥକମାନେ ବ୍ୟାପକ ଟଙ୍କା ଦେଇଛନ୍ତି।
ଅପରପକ୍ଷେ, ନେଲୋର୍ ପୌର ନିର୍ବାଚନରେ ବିପୁଳ ବିଜୟ ପାଇଁ ‘ୱାଇଏସ୍ଆର୍ସିପି’ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ଜଳ ସମ୍ପଦ ମନ୍ତ୍ରୀ ପି. ଅନୀଲ କୁମାର ଯାଦବ ଏବଂ ଜିଲ୍ଲାସ୍ତରୀୟ ଦଳୀୟ ନେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
The post ‘ଟିଡିପି’ ନେତାଙ୍କ ପ୍ରତିଜ୍ଞା: ଚନ୍ଦ୍ରବାବୁ ନାଇଡୁ କ୍ଷମତାସୀନ ନ ହେବାଯାଏ ଫାଳେ ନିଶ ରଖିବେ, ଫାଳେ ଲଣ୍ଡାମୁଣ୍ଡ ହେବେ first appeared on Sambad.from ରାଜନୀତି | Sambad https://ift.tt/3qSzbCa
0 Comments