କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିଛନ୍ତି ଯେ ସେ ତାଙ୍କର ଦିଲ୍ଲୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ଏବଂ ତ୍ରିପୁରାରେ ବିଏସଏଫର ସୀମା ଅଧିକାର ବୃଦ୍ଧି ସହିତ ବ୍ୟାପକ ହିଂସା ସମ୍ବନ୍ଧୀୟ ପ୍ରସଙ୍ଗ ଉଠାଇବେ।

ମୁଖ୍ୟମନ୍ତ୍ରୀ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ତ୍ରିପୁରାରେ ତୃଣମୂଳ କଂଗ୍ରେସର ଦଳୀୟ କର୍ମୀଙ୍କ ଉପରେ ଆକ୍ରମଣ ପ୍ରତିବାଦରେ ସେ ଟିଏମସି ସାଂସଦଙ୍କ ଦ୍ୱାରା କରା ଯାଉଥିବା ଧାରଣାରେ ଯୋଗ ଦେଇ ନପାରନ୍ତି, କିନ୍ତୁ ନିଶ୍ଚିତ ଭାବରେ ସେମାନଙ୍କ ପ୍ରତି ନିଜର ସମର୍ଥନ ଜାରି ରଖିବେ।
ଅମିତ ଶାହାଙ୍କୁ ଆକ୍ଷେପ କରି ଟିଏମସି ସୁପ୍ରିମୋ କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଏପର୍ଯ୍ୟନ୍ତ ନିଜର ସୌଜନ୍ୟ ପ୍ରଦର୍ଶନ କରି ନାହାନ୍ତି ଏବଂ ତ୍ରିପୁରାରେ ହିଂସାକୁ ନେଇ ତାଙ୍କ ସହ ଆଲୋଚନା ପାଇଁ ଅପେକ୍ଷାରତ ଟିଏମସି ସାଂସଦମାନଙ୍କୁ ଭେଟ ନାହାନ୍ତି।

ମୋର ଦିଲ୍ଲୀ ଗସ୍ତ କାଳରେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବି। ରାଜ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ବ୍ୟତୀତ ମୁଁ ବିଏସଏଫର ଅଧିକାର ଏବଂ ତ୍ରିପୁରା ହିଂସା ସମ୍ବନ୍ଧୀୟ ପ୍ରସଙ୍ଗ ଉଠାଇବି ବୋଲି ସେ ଦିଲ୍ଲୀ ଯିବା ପୂର୍ବରୁ ସାମ୍ବାଦିକମାନଙ୍କୁ କହିଛନ୍ତି। ଉତ୍ତର-ପୂର୍ବ ରାଜ୍ୟରେ ଚାଲିଥିବା ହିଂସା ସଂପର୍କରେ ମାନବାଧିକାର ଆୟୋଗ କାହିଁକି ଧ୍ୟାନ ଦେଉନାହାନ୍ତି, ସେଥିନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା। ତ୍ରିପୁରାର ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଏବଂ ତାଙ୍କ ସରକାର ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶନାମାକୁ ଅବମାନନା କରୁଥିବା ଦର୍ଶାଇ ସେମାନଙ୍କୁ ସାଧାରଣ ଲୋକଙ୍କୁ ଉତ୍ତର ଦେବାକୁ ପଡିବ ମୁଁ ଏନେଇ ସର୍ବୋଚ୍ଚ ନ୍ୟାୟପାଳିକାଙ୍କୁ ନିବେଦନ କରିବି ଯେ ଆଇନ ଅନୁଯାୟୀ ତାଙ୍କ ସରକାରଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି।

The post ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ବିଏସଏଫର ଅଧିକାର ଏବଂ ତ୍ରିପୁରା ହିଂସା ବିଷୟରେ ଆଲୋଚନା କରିବେ ମମତା ବାନାର୍ଜୀ first appeared on Sambad.

from ରାଜନୀତି | Sambad https://ift.tt/3kUsDPq