
ନୂଆଦିଲ୍ଳୀ : କଂଗ୍ରେସ ନେତା ସଚିନ ପାଇଲଟ ଶୁକ୍ରବାର ଦିନ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ରାଜସ୍ଥାନରେ ସମ୍ଭାବ୍ୟ କ୍ୟାବିନେଟ୍ ସମ୍ପ୍ରସାରଣ ଏବଂ କେତେକ ପ୍ରମୁଖ ନିଯୁକ୍ତି ହେବାକୁ ଥିବାବେଳେ ଏହାପୂର୍ବରୁ ପାଇଲଟ୍ଙ୍କ ସହ ସୋନିଆଙ୍କ ସାକ୍ଷାତକୁ ଖୁବ୍ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି।
ବୈଠକ ପରେ ପାଇଲଟ୍ କହିଛନ୍ତି, ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ରାଜସ୍ଥାନରେ ଏହାର ସାଂଗଠନିକ ଶକ୍ତି ସୁଦୃଢ଼ କରିବାକୁ ଚାହୁଛି। ରାଜସ୍ଥାନ ପାଇଁ କ’ଣ ଦରକାର ଏବଂ କ’ଣ କରିବାକୁ ହେବେ ସେନେଇ ସୋନିଆ ବାରମ୍ବାର ପାଇଲଟ୍ଙ୍କୁ ପଚାରୁଥିବାରୁ ପାଇଲଟ୍ ସୋନିଆଙ୍କୁ ପ୍ରଶଂସା କରିଛନ୍ତି। ପାଇଲଟ୍ କହିଛନ୍ତି, ସଠିକ୍ ସମୟରେ ଏଆଇସିସି ସାଧାରଣ ସଚିବ ଅଜୟ ମାକେନ ସଠିକ୍ ନିଷ୍ପତ୍ତି ନେବେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ କହିଛନ୍ତି ଯେ, କଂଗ୍ରେସ ହାଇ କମାଣ୍ଡ ରାଜସ୍ଥାନରେ କ୍ୟାବିନେଟ୍ ସମ୍ପ୍ରସାରଣ ସଂକ୍ରାନ୍ତ ନିଷ୍ପତ୍ତି ନେବେ।
The post ରାଜସ୍ଥାନରେ ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ, ସୋନିଆଙ୍କୁ ଭେଟିଲେ ସଚିନ ପାଇଲଟ୍ first appeared on Sambad.from ରାଜନୀତି | Sambad https://ift.tt/3ndbYIB
0 Comments