ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣା ନେଇ ବିଜେପି ଓ କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିଛି। ବିଭିନ୍ନ ସ୍ଥାନରେ ଥାନା ଘେରାଉ କରିଥିବା ବେଳେ ବିଜେପି କର୍ମୀମାନେ ବାରମ୍ବାର ମନ୍ତ୍ରୀ ମାନଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରୁଛନ୍ତି। କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହାରି ମଧ୍ୟରେ ବିଜେପି ଓ କଂଗ୍ରେସକୁ ବିଜେଡି ଟାର୍ଗେଟ କରିଛି। ବିଜେଡି କହିଛି, ଓଡ଼ିଶା କଂଗ୍ରେସ୍‌ ଓ ବିଜେପି ଭିତରେ ମଧୁଚନ୍ଦ୍ରିକା ଅଛି। ଓଡ଼ିଶା କଂଗ୍ରେସ ହେଉଛି ରାଜ୍ୟ ବିଜେପିର ବି-ଟିମ୍‌। ମମିତା ମେହେର ମୃତ୍ୟୁ ଘଟଣାରେ ସାମ୍ବାଦିକ ସମ୍ମିଳନୀରେ ଆଜି ବିଜେଡି ନେତା ସସ୍ମିତ ପାତ୍ର ଏହା କହିଛନ୍ତି।

ବିଜେଡି ସୋସିଆଲ ମିଡିଆରେ ଭକ୍ତ ଦାସଙ୍କ ଫଟୋ ଥିବା ଦେଖାଇଛି। ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହିତ ଭକ୍ତ ଦାସ ଠିଆ ହୋଇଥିବା ଦେଖାଇଛି। ଦସ୍ତାବିଜ ଓ ଫଟୋ ନେଇ ଭକ୍ତ ଦାସ ଉତ୍ତର ଦିଅନ୍ତୁ। ଯଦି ମନ୍ତ୍ରୀ କାର୍ଯ୍ୟକ୍ରମକୁ ଯାଇ ଭୁଲ ହୋଇଛି, ତେବେ ଭକ୍ତ ବି ଯାଇଛନ୍ତି। ତେବେ ଭକ୍ତ ଦାସ ଉତ୍ତର ରଖନ୍ତୁ।

The post ମମିତା ମୃତ୍ୟୁ: ବିଜେଡି କହିଲା- ଓଡ଼ିଶା କଂଗ୍ରେସ୍‌ ଓ ବିଜେପି ଭିତରେ ଅଛି ମଧୁଚନ୍ଦ୍ରିକା first appeared on Sambad.

from ରାଜନୀତି | Sambad https://ift.tt/3Fcj5qF