ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଏବରେଲିର କଂଗେସ ବିଧାୟିକା ଆଦିତି ସିଂହ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଆଜମଗଡ଼ର ପୂର୍ବ ବିଏସ୍‌ପି ବିଧାୟିକା ବନ୍ଦନା ସିଂହ ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି। ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ସ୍ବତନ୍ତ୍ର ‌ଦେବ ସିଂହ ସେମାନଙ୍କୁ ଦଳକୁ ସ୍ବାଗତ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ସ୍ବର୍ଗତ ଅଖିଳେଶ ସିଂହଙ୍କ ଝିଅ ଆଦିତି ସିଂହ ପ୍ରଥମେ ୨୦୧୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଟିକେଟରେ ରାଏବରେଲିରୁ ନିର୍ବାଚିତ ହୋଇଥିଲେ। ଆ‌ଦିତି ତାଙ୍କ ନିଜ ଦଳର ନେତାମାନଙ୍କର ଜଣେ ଦୃଢ଼ ସମାଲୋଚକ। ଉତ୍ତରପ୍ରଦେଶରେ ସେ ବିଜେପି ପାଇଁ ଅନେକ ଥର ସ୍ବର ଉତ୍ତୋଳନ କରିଛନ୍ତି। ସେହିପରି ବନ୍ଦନା ସିଂହ ଜଣେ ବିଏସ୍‌ପିର ଜଣେ ଟାଣୁଆ ନେତ୍ରୀ ତଥା ପୂର୍ବତନ ବିଧାୟିକା। ଆଜି ଲକ୍ଷ୍ନୌରେ ଉପରୋକ୍ତ ୨ ନେତ୍ରୀଙ୍କୁ ଏକ ସ୍ବତନ୍ତ୍ର ଉତ୍ସବ ଦ୍ବାରା ବିଜେପିରେ ସ୍ବାଗତ କରାଯାଇଥିଲା। ଆଦିତି ସିଂହ ନିକଟରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ସମାଲୋଚନା କରିଥିଲେ। କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ପ୍ରିୟଙ୍କା ସମାଲୋଚନା କରିବାପରେ ଆଦିତି ସିଂହ ପ୍ରିୟଙ୍କାଙ୍କ ଆଭିମୁଖ୍ୟକୁ ବିରୋଧ କରିଥିଲେ।

The post କଂଗ୍ରେସ ବିଧାୟିକା ଆଦିତି ସିଂହ, ବିଏସ୍‌ପିର ବନ୍ଦନା ସିଂହ ବିଜେପିରେ ସାମିଲ first appeared on Sambad.

from ରାଜନୀତି | Sambad https://ift.tt/3l9e1Mm