ଚଣ୍ଡିଗଡ଼ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ‘ମିସନ୍‌ ପଞ୍ଜାବ’ ଆଜିଠାରୁ ଆରମ୍ଭ ହେବ। କେଜ୍ରିୱାଲ କାଲି ପ୍ରଥମ ଦିନରେ ମୋଗା ଜିଲ୍ଲାକୁ ଗସ୍ତ କରିବେ ଏବଂ ସେଠାରୁ ଅମୃତସର ଯାଇ ବିଭିନ୍ନ ଜନସଭାରେ ଯୋଗଦେବେ। ଆଗାମୀ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କେଜ୍ରିୱାଲ କେତେକ ବଡ଼ ଘୋଷଣା କରିବେ ବୋଲି ଜଣାପଡ଼ିଛି। ରାଜ୍ୟ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ନେଇ କଂଗ୍ରେସରେ ଲାଗି ରହିଥିବା ବିଭ୍ରାନ୍ତି ଓ କନ୍ଦଳରୁ ଯଥାସମ୍ଭବ ଫାଇଦା ଉଠାଇବାକୁ ଆପ୍‌ ତତ୍ପର ହୋଇଉଠିଛି। ପାକିସ୍ତାନ ପ୍ରତି କଂଗ୍ରେସ ନେତାଙ୍କ ଦରଦ ଦିନକୁ ଦିନ ବଢ଼ୁଛି ବୋଲି ଦର୍ଶାଇ ଆଜି ଆପ୍‌ ସିଦ୍ଧୁଙ୍କୁ ସମାଲୋଚନା କରିଛି।

The post ଆଜିଠାରୁ କେଜ୍ରିୱାଲଙ୍କ ‘ମିସନ୍‌ ପଞ୍ଜାବ’ first appeared on Sambad.

from ରାଜନୀତି | Sambad https://ift.tt/3CE0bHE