
କୋଲକାତା : ପଶ୍ଚିମବଙ୍ଗରେ ଦୀର୍ଘ ଦିନ ହେଲା ୧୧୪ଟି ପୌରସଂସ୍ଥାରେ ନିର୍ବାଚନ ହୋଇନାହିଁ। ହେଲେ ଗୁରୁବାର ହଠାତ୍ ରାଜ୍ୟ ନିର୍ବାଚନ କମିସନ କେବଳ କୋଲକାତା ପୌର ନିଗମ (କେଏମ୍ସି) ପାଇଁ ନିର୍ବାଚନ କରିବାକୁ ଅଧିସୂଚନା ଜାରି କରିଛନ୍ତି। ଅଧିସୂଚନା ମୁତାବକ କୋଲକାତାରେ ଡିସେମ୍ବର ୧୯ ତାରିଖରେ ଭୋଟ୍ ଗ୍ରହଣ ହେବ। ଏହାକୁ ନେଇ ଆପତ୍ତି ଉଠାଇଛି ବିଜେପି। ଗୋଟିଏ ନୁହେଁ ବରଂ ରାଜ୍ୟର ସମସ୍ତ ନଗର ନିଗମରେ ଏକକାଳୀନ ନିର୍ବାଚନ କରିବାକୁ ବିଜେପି ଦାବି କରିଛି। ଏହି ଦାବିକୁ ନେଇ ବିଜେପି କୋଲକାତା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି।
ଆଗାମୀ ସୋମବାର ବିଜେପିର ଏହି ଆବେଦନ ଉପରେ ଶୁଣାଣି ହେବ। ଶୁଣାଣି ପୂର୍ବରୁ ଅଚାନକ କୋଲକାତା ମହାନଗର ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେପି ଆଜି ହାଇକୋର୍ଟରେ ପହଞ୍ଚି ମୁଖ୍ୟ ବିଚାରପତିଙ୍କ ଧ୍ୟାନ ଆକର୍ଷଣ କରିଛି। ମାମଲା ବିଚାରାଧୀନ ଥିବାବେଳେ ରାଜ୍ୟ ନିର୍ବାଚନ କମିସନ୍ କିଭଳି ଅଧିସୂଚନା ଜାରି କଲେ? ଏହି ମାମଲାରେ ହସ୍ତକ୍ଷେପ କରିବାକୁ ବିଜେପି ପକ୍ଷରୁ ବିଚାରପତିଙ୍କ ନିକଟରେ ଆବେଦନ କରାଯାଇଛି। ଅନ୍ୟପକ୍ଷରେ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରି ଦେଇଛନ୍ତି।
The post ପଶ୍ଚିମବଂଗ ପୌର ନିର୍ବାଚନ ବିବାଦ: ନିର୍ବାଚନ ଏକାକାଳୀନ କରିବାକୁ ବିଜେପିର ଦାବି first appeared on Sambad.from ରାଜନୀତି | Sambad https://ift.tt/2ZxAzyM
0 Comments