ଭୁବନେଶ୍ବର: ମମିତା ହତ୍ୟା ମାମଲାର ପୁଲିସ ତଦନ୍ତକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । ତଦନ୍ତରେ ଦୁର୍ବଳତାରୁ ଅଭିଯୁକ୍ତ ଖସିଯିବେ ବୋଲି କହିଛି। ୨୦୧୩ ମସିହା ପୁଲିସ ସର୍କୁଲାର ଅନୁସାରେ ମହିଳାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ପାଇଲା ମାତ୍ରେ ଏଫଆଇଆର ରୁଜୁ କରିବା କଥା କିନ୍ତୁ ମମିତା ମାମଲାରେ ୪ଦିନ ବିଳମ୍ବ କଲେ ବୋଲି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର । ପୁଲିସ ତଦନ୍ତ ପଦ୍ଧତିରେ ଏତିକି ଦୁର୍ବଳା ରହିଛି ଯେ, ଅଭିଯୁକ୍ତମାନେ ଖସିଯିବେ ବୋଲି କହିଛି କଂଗ୍ରେସ ।

ସେପଟେ ବିଜେପି ମଧ୍ୟ ମମିତା ପ୍ରସଙ୍ଗରେ ପୁଣି ବିଜେଡିକୁ ଘେରିଛି । ୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବର୍ଜନ ପାଇଁ ବିଜେପି ଆହ୍ୱାନ ଦେଇଛି ଏବଂ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତକୁ ବିଜେପି ଜୋରଦାର ବିରୋଧ କରିବାକୁ ଚେତାବନୀ ଦେଇଛି । ଏପରିକି ମୁଖ୍ୟମନ୍ତ୍ରୀଙ୍କ ଗାଡିର ଚକ ଗଡିବାକୁ ଦିଆଯିବନି ବୋଲି ଧମକ ଦେଇଛି ବିଜେପି ।

ଅନ୍ୟପଟେ ମମିତା ହତ୍ୟା ପ୍ରସଙ୍ଗରେ ଭିଡିଓ ଦେଖାଇ ବିରୋଧୀଙ୍କୁ ଟାର୍ଗେଟ କରିଛି ବିଜେଡି । ନିର୍ବାଚନ ଆସିଲେ ବିଜେପି ଓ କଂଗେସ ନାରୀ ସୁରକ୍ଷା କଥା ଉଠାନ୍ତି ବୋଲି କହିଛି ଦଳ । ତେବେ ବିଜେପିର ଏହି ରାଜନୈତିକ ଚାଲ୍ କାମ କରିବନି ଏବଂ ଜନତା ଏହାର ଜବାବ ଦେବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଇତିଶ୍ରୀ ଓ କୁନ୍ଦୁଲିର ଭିଡିଓ ଦେଖାଇ ବିଜେପିକୁ କଡା ସମାଲୋଚନା କରିଛି ଦଳ । ଇତିଶ୍ରୀ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିଲେ । ଏହାକୁ ନେଇ କଂଗ୍ରେସ ଓ ବିଜେପି କରୁଥିବା ରାଜନୀତିକୁ ନେଇ ଭିଡିଓ ଦେଖାଇଛି ଦଳ । ଏଥିରେ ସମ୍ପୃକ୍ତି ଅଭିଯୋଗ ଥିବା ନେତା ଜୟରାମ ପାଙ୍ଗିଙ୍କୁ ବିଜେପି ନିଜ ଦଳରେ ମିଶାଇ ଥିଲା ଏବଂ ସିବିଆଇ ତଦନ୍ତ ହେଲା ଫଳ କଣ ହେଲା ଏବଂ ୨୦୧୪ ନିର୍ବାଚନ ପୂର୍ବରୁ ଏହାକୁ ବିଜେପି ମୁଦ୍ଦା କରିଥିଲା କଣ ହେଲା ବୋଲି ପଚାରିଛି ଦଳ ।

The post ମମିତା ହତ୍ୟା ମାମଲାର ପୁଲିସ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ, କହିଲା- ତଦନ୍ତରେ ଦୁର୍ବଳତାରୁ ଖସିଯିବେ ଅଭିଯୁକ୍ତ first appeared on Sambad.

from ରାଜନୀତି | Sambad https://ift.tt/300nM7T