
ଗୋପ : ମହାଲିଙ୍ଗ ସନ୍ସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ସୋମବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ମନ୍ତ୍ରୀ ଶ୍ରୀ ଦାଶ ଚକ୍ଷୁ ବିଭାଗ ଉଦ୍ଘାଟନ କରିବାକୁ ଗୋପ ଡାକ୍ତରଖାନାକୁ ଆସିଥିବାବେଳେ ବିଜେପି କର୍ମୀମାନେ କଳାପତାକା ପ୍ରଦର୍ଶନ କରିଛନ୍ତି। ଏହାକୁ କେନ୍ଦ୍ରକରି ବିଜେପି ଓ ଶାସକ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ବି ହୋଇଛି।
ମନ୍ତ୍ରୀ ଶ୍ରୀ ଦାଶ ଦିନ ୧୨ଟା ସମୟରେ ଗୋପ ଡାକ୍ତରଖାନା ପରିସରରେ ପହଞ୍ଚିଥିଲେ। ରାଜ୍ୟର ଅନ୍ୟସ୍ଥାନରେ ବିରୋଧ ପ୍ରଦର୍ଶନ ଭଳି ଏଠାରେ ମଧ୍ୟ ତାଙ୍କୁ ବିରୋଧ କରିବା ପାଇଁ ପ୍ରସ୍ତୁତ ହୋଇଥିଲେ। ମାତ୍ର, ପୁଲିସ ଏହାକୁ ଗୁରୁତ୍ବ ଦେଇନଥିଲା। ମନ୍ତ୍ରୀ ପହଞ୍ଚିଲା କ୍ଷଣି ବିଜେପି କର୍ମୀମାନେ କଳାପତାକା ପ୍ରଦର୍ଶନ କରିଥିଲେ। ମନ୍ତ୍ରୀଙ୍କ ସହିତ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ ଉଭୟ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ହୋଇଥିଲା। ଶେଷରେ, ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ବିଜେପି କର୍ମୀଙ୍କୁ ସେଠାରୁ ଘଉଡ଼ାଇବାରେ ସକ୍ଷମ ହୋଇଥିଲା।
The post ଗଣଶିକ୍ଷା ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ first appeared on Sambad.from ରାଜନୀତି | Sambad https://ift.tt/3qOe9Em
0 Comments