ନୂଆଦିଲ୍ଲୀ: ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଅବସରରେ ଦଳ ପ୍ରତି ଅଧିକ ଭୋଟର୍‌ଙ୍କୁ ଆକୃଷ୍ଟ କରିବା ଲାଗି ‘ସମାଜବାଦୀ ପାର୍ଟି’ର (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଆଜି ଗୋଟାଏ ଅତରର ଶୁଭାରମ୍ଭ କରିଛନ୍ତି।

ଲାଲ୍‌ ଓ ଶାଗୁଆ କାଚ ବୋତଲରେ ପଶିଥିବା ‘ସାମାଜବାଦୀ ଅତର’ ନାମିତ ଏହି ଅତର ୨୨ଟି ପ୍ରାକୃତିକ ସୁବାସରୁ ପ୍ରସ୍ତୁତ କରାଯାଇଛି। ଅତର ଖୋଳ ଉପରେ ଛାପା ଯାଇଛି ଅଖିଳେଶ ଯାଦବ ଏବଂ ‘ସମାଜବାଦୀ ପାର୍ଟି’ର ନିର୍ବାଚନ ସଙ୍କେତର ଛବି।

କନ୍ନୌଜ ‘ସମାଜବାଦୀ ପାର୍ଟି’ର ନେତା ତଥା ଉତ୍ତର ପ୍ରଦେଶ ‘ଏମ୍‌ଏଲ୍‌ସି’ ପୁଷ୍ପରାଜ ଜୈନ୍‌ ‘ସମାଜବାଦୀ ଅତର’କୁ ଉଦ୍‌ଘାଟନ କରିଛନ୍ତି। ଅତରର ଶୁଭାରମ୍ଭ କରି ଅଖିଳେଶ କହିଲେ, ୨୦୨୨ରେ (ନିର୍ବାଚନ) ଏହି ଅତର ତା’ର କରାମତି ଦେଖାଇବ।

Asianet Newsable

ଜୈନ୍‌ କହିଲେ ଯେ, ଏ ଅତର ଲଗାଇଲେ ଲୋକେ ‘ସମାଜବାଦ’ର ବାସ୍ନା ପାଇବେ। ୨୦୨୨ରେ ସମାଜବାଦୀ ଅତର ଘୃଣାର ଅବସାନ ଘଟାଇବ।

ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଫେବ୍ରୁଆରି-ମାର୍ଚ ମାସରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପଡୁଛି।

ଏଇଟା ‘ସମାଜବାଦୀ ପାର୍ଟି’ର ପ୍ରଥମ ଅତର ଶୁଭାରମ୍ଭ ଘଟଣା ନୁହେଁ। ୨୦୧୬ରେ ବି ‘ସାମାଜବାଦୀ ସୁଗନ୍ଧ’ ନାମରେ ଅଖିଳେଶ ଯାଦବ କେତେଗୁଡ଼ାଏ ଅତରର ଶୁଭାରମ୍ଭ କରିଥିଲେ ବୋଲି କୁହ‌ାଯାଉଛି। ରାଜ୍ୟରେ ତାଙ୍କ ଦଳର ୪ ବର୍ଷ ପୂର୍ତ୍ତି ଉପଲକ୍ଷେ ସେ ଅତର ସବୁ ଉଦ୍‌ଘାଟିତ ହୋଇଥିଲା।

୪ଟି ସୁବାସରୁ ପ୍ରସ୍ତୁତ ହୋଇଥିବା ଉକ୍ତ ଅତର ବୋତଲର ନାଁ ଥିଲା- ଆଗ୍ରା, ଲକ୍ଷ୍ନୌ, ବାରାଣସୀ ଏବଂ କନ୍ନୌଜ।

The post ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ‘ସମାଜବାଦୀ ଅତର’ର ଶୁଭ ଉଦ୍‌ଘାଟନ କଲେ ଅଖିଳେଶ ଯାଦବ first appeared on Sambad.

from ରାଜନୀତି | Sambad https://ift.tt/301LqAO