
ବିଶୋଇ: ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଯୁବ, ଛାତ୍ର ଓ ମହିଳା ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଏଥି ସହିତ ରନ୍ଧନ ଗ୍ୟାସର ଦରହ୍ରାସ ଦାବିକରି ବିଜେଡି ପକ୍ଷରୁ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଶୋଇ ବ୍ଲକ ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି। ବିଶୋଇ ବ୍ଲକ ବିଜେଡି କାର୍ଯ୍ୟକାରୀ ସଭାପତି ଉତ୍କଳ ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ବ୍ଲକର ଶତାଧିକ ଯୁବ ଓ ଛାତ୍ର କର୍ମୀ ସମେତ ମହିଳା କର୍ମୀ ମାନେ ନିଜ ମୁଣ୍ଡରେ ଗ୍ୟାସ ସିଲିଣ୍ଡର ମୁଣ୍ଡାଇ ପ୍ରଥମେ ବିଶୋଇ ବିର୍ସା ମୁଣ୍ଡା ଛକରୁ ଏକ ବିଶାଳ ରାଲିରେ ବାହାରି ବିଶୋଇ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।
ବ୍ଲକ ବିଜେଡି ସଭାପତି ଫାଗୁରାମ ମାର୍ଣ୍ଡି, ପ୍ରାକ୍ତନ ବିଧାୟକ ଭାଦବ ଚନ୍ଦ୍ର ହାଁସଦା, ବ୍ଲକ ଅଧ୍ୟକ୍ଷା ତୁଳସୀ ସିକ୍ରି ହାଁସଦା, ଉପାଧ୍ୟକ୍ଷ ବୁଦ୍ଧିମାନ ମଣ୍ଡଳ, ବ୍ଲକ ମହିଳା ସଭାପତି ଆରତୀ ମହାନ୍ତ, ବ୍ଲକ ଯୁବ ସଭାପତି ନିଲେଶ ରାମ, କ୍ଷୀରଦ କୁମାର ନନ୍ଦ ପ୍ରମୁଖ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିବା ସହିତ ଉଜ୍ଜ୍ୱଳା ଯୋଜନାରେ ପ୍ରଦାନ କରାଯାଇଥିବା ରନ୍ଧନ ଗ୍ୟାସର ଦର ଗତ ସାଢ଼େ ୩ ବର୍ଷରେ ୭୦ ପ୍ରତିଶତ ବୃଦ୍ଧି ଯୋଗୁ ଗରିବ ପରିବାର ଏହା ବୋଝ ବୋଲି ନିଜର ବ୍ୟକ୍ତବ ରଖିଥିଲେ । ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ବ୍ଲକର ଶତାଧିକ ଦଳୀୟ କର୍ମୀ ଯୋଗଦେଇଥିଲେ।
The post ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି, ଦରହ୍ରାସ ନିମନ୍ତେ ରାଷ୍ଟ୍ରପତିଙ୍କୁ ଦାବିପତ୍ର first appeared on Sambad.from ରାଜନୀତି | Sambad https://ift.tt/3HIWUud
0 Comments