
ଜୟପୁର: ରବିବାର ଅପରାହ୍ଣ ପ୍ରାୟ ୪ଟା ବେଳେ ଅଶୋକ ଗେହଲଟ୍ ନେତୃତ୍ବାଧୀନ ରାଜସ୍ଥାନ ସରକାରରେ କ୍ୟାବିନେଟ୍ ପୁନର୍ଗଠନ ହେବାର ସମ୍ଭାବନା ଅଛି ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ଗତକାଲି ରାଜ୍ୟର ତିନିଜଣ ମନ୍ତ୍ରୀ ସେମାନଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ରାଜସ୍ଥାନ ଶିକ୍ଷାମନ୍ତ୍ରୀ ପଦରୁ ନିକଟ ଅତୀତରେ ଇସ୍ତଫା ଦେଇଥିବା ଗୋବିନ୍ଦ ସିଂହ ଡୋଟାସରା ରାଜ୍ୟ କ୍ୟାବିନେଟ୍ ପୁନର୍ଗଠନ କଥା କହୁଛନ୍ତି। ସେ କହିଛନ୍ତି, ରାଜସ୍ଥାନ କଂଗ୍ରେସରେ ଗୋଷ୍ଠୀ ହୋଇନାହିଁ। କିଭଳି କ୍ୟାବିନେଟ୍ ପୁନର୍ଗଠନ କରାଯିବ, ସେଥିପ୍ରତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କର ପୂର୍ଣ୍ଣ ଅଧିକାର ରହିଛି।
ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଗୋବିନ୍ଦ ସିଂହ ଡୋଟାସରା କହିଛନ୍ତି, ଅବିଳମ୍ବେ ରାଜସ୍ଥାନ କ୍ୟାବିନେଟ୍ରେ ରାଜନୈତିକ ନିଯୁକ୍ତି କରାଯିବ।
ମନ୍ତ୍ରୀ ପଦରୁ ତାଙ୍କର ଇସ୍ତଫା ସଂକ୍ରାନ୍ତରେ ଗୋବିନ୍ଦ ସିଂହ ଡୋଟାସରା କହନ୍ତି, ଇସ୍ତଫା ଦେଇ ମୁଁ ଅସୁଖୀ ହୋଇଥିବା କଥା ସତ ନୁହେଁ। ପ୍ରଥମେ ମୁଁ ହିଁ ଇସ୍ତଫା ଦେଇଥିଲି।
ସ୍ମରଣଯୋଗ୍ୟ, ଶୁକ୍ରବାର ଦିନ ଗୋବିନ୍ଦ ସିଂହ ଡୋଟାସରା ଏବଂ ଅନ୍ୟ ଦୁଇଜଣ ରାଜସ୍ଥାନ ମନ୍ତ୍ରୀ- ହରିଶ ଚୌଧୁରୀ ଏବଂ ରଘୁ ଶର୍ମା କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଥିଲେ। ପଦବୀରୁ ଓହରି ଯାଇ ଦଳରେ ରହି କାମ କରିବାକୁ ଆଗ୍ରହ ଥିବା କଥା ସେମାନେ ସୋନିଆ ଗାନ୍ଧୀଙ୍କୁ ଲେଖିଥିଲେ।
ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ତିନି ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଆଜି ସନ୍ଧ୍ୟା ପ୍ରାୟ ୫ଟା ବେଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମନ୍ତ୍ରିପରିଷଦ୍ର ବୈଠକ ଡକାଯାଇଛି।
The post ଆସନ୍ତାକାଲି ହୋଇପାରେ ରାଜସ୍ଥାନ କ୍ୟାବିନେଟ୍ ପୁନର୍ଗଠନ first appeared on Sambad.from ରାଜନୀତି | Sambad https://ift.tt/3FwGzqB
0 Comments