
ଭୁବନେଶ୍ବର: ମମିତା ହତ୍ୟାକାଣ୍ଡକୁ ନେଇ ତାତିଛି ବିଜେପିର ମହିଳା ମୋର୍ଚ୍ଚା। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ କୋକେଇ ଶୋଭାଯାତ୍ରା କରିଛି ମହିଳା ବିଜେପି। ବିଜେପି ପାର୍ଟି ଅଫିସରୁ ନବୀନ ନିବାସ ଅଭିମୁଖେ ବିଜେପି ମହିଳା ମୋର୍ଚ୍ଚାର କୋକେଇ ଶୋଭାଯାତ୍ରା ବାହରିଥିଲା। ଶିଶୁଭବନ ଛକରେ ପୁଲିସ୍ ଓ ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ମୁହାଁମୁହିଁ ହୋଇଥିଲେ।
ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟି ଦିବ୍ୟଶଙ୍କରଙ୍କୁ ଇସ୍ତଫା ଦେବାକୁ କହିବୁ ବୋଲି କହିଛନ୍ତି ବିଜେପି ମହିଳା ନେତ୍ରୀ। ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ବୋଲି ବିଜେପି ମହିଳା ନେତ୍ରୀ ପ୍ରଶ୍ନ କରିଛନ୍ତି। ମନ୍ତ୍ରୀଙ୍କୁ ହଟାଯାଉ ଓ ମମିତାଙ୍କ ପରିବାରକୁ ନ୍ୟାୟ ମିଳୁ ବୋଲି ଦାବି କରିଛି ମହିଳା ବିଜେପି। ଏହାସହ ଆଇନ ତା ବାଟରେ ଯିବ ବୋଲି ମୁଖ୍ୟମନ୍ତ୍ରୀ ଯାହା କହୁଛନ୍ତି ତାହା ବାସ୍ତବରେ ହେଉନାହିଁ। ରାଜ୍ୟରେ ମହିଳା ଅସୁରକ୍ଷିତ ହୋଇପଡ଼ିଲେଣି, ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଲାଣି। କିନ୍ତୁ ମୁଖ୍ୟମନ୍ତ୍ରୀ କାହିଁକି ନୀରବ ବୋଲି ପ୍ରଶ୍ନ କରିବା ସହ ଦିବ୍ୟଶଙ୍କରଙ୍କୁ ଇସ୍ତଫା ଦେବାକୁ ନବୀନ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମହିଳା ବିଜେପି କହିଛି।
ଏହାପୂର୍ବରୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କରିଥିଲେ। ସିରିଜ୍ ଟ୍ୱିଟ୍ କରି କ୍ୟାପଟେନଙ୍କ ଉପରେ ସଣ୍ଡୁଆଶି ଆକ୍ରମଣ କରିଛନ୍ତି ପ୍ରଦୀପ୍ତ ନାୟକ। ମାମଲାର ନିରପେକ୍ଷ ତଦନ୍ତ ପାଇଁ ମନ୍ତ୍ରୀଙ୍କୁ ବହିଷ୍କାର ସହ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି।
The post ନବୀନ ନିବାସ ଅଭିମୁଖେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୋକେଇ ଶୋଭାଯାତ୍ରା first appeared on Sambad.from ରାଜନୀତି | Sambad https://ift.tt/30Y2Oah
0 Comments