ପାଟନା: ପ୍ରାୟ ସାଢ଼େ ୩ ବର୍ଷ ପରେ ରବିବାର ସନ୍ଧ୍ୟାରେ ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପାଟନାକୁ ଫେରିଆସିଛନ୍ତି। ତାଙ୍କୁ ପାଛୋଟି ଆଣିବା ଲାଗି ଦୁଇ ପୁଅ ତେଜ ପ୍ରତାପ ଓ ତେଜସ୍ୱୀ ବିମାନ ବନ୍ଦରକୁ ଯାଇଥିଲେ ମଧ୍ୟ ସ୍ୱାଗତ କାର୍ଯ୍ୟକ୍ରମ କାଣ୍ଟଛାଣ୍ଟ କରାଯାଇଥିଲା ବୋଲି କୁହାଯାଉଛି।

ବିହାର ‘ଆର୍‌ଜେଡି’ ଅଧ୍ୟକ୍ଷ ଜଗଦାନନ୍ଦ ସିଂହ ତାଙ୍କୁ ପେଲାଠେଲା କରିବା ସହ ବିମାନ ବନ୍ଦରରେ ବାପାଙ୍କ ସହ ଭେଟ କରାଇ ଦେଇ ନ ଥିଲେ ବୋଲି ତେଜ ପ୍ରତାପ କହିଛନ୍ତି। ‘ଏମ୍‌ଏଲ୍‌ସି’ ସୁନୀଲ କୁମାର ସିଂହ ଏବଂ ସଞ୍ଜୟ ଯାଦବଙ୍କୁ ମଧ୍ୟ ତେଜ ପ୍ରତାପ ଦୋଷ ଦେଇଛନ୍ତି। ସେ କହିଛନ୍ତି, ସିଂହ ହେଉଛନ୍ତି ଜଣେ ‘ଆର୍‌ଏସ୍‌ଏସ୍‌ ଏଜେଣ୍ଟ’। ସେ ବିଦା ନ ହେବା ପର୍ଯ୍ୟନ୍ତ ମୁଁ ‘ଆର୍‌ଜେଡି’ ପାଇଁ କୌଣସି କାର୍ଯ୍ୟ କରିବି ନାହିଁ।

Image Courtesy of Zee News

ସେ ଆହୁରି ମଧ୍ୟ କହିଛନ୍ତି, ଆଜି କେଡ଼େ ବଡ଼ ଆନନ୍ଦର ଦିନ। ସମସ୍ତେ ଏକତ୍ର ହେବା କଥା। ଏଭଳି ଅବସରରେ ଆମେ ଅପମାନିତ ହେଲୁ। ଏଥିପାଇଁ ଅବିଳମ୍ବେ କଠୋର ପଦକ୍ଷେପ ଗ୍ରହଣ କରିବି।

ପ୍ରାୟ ୬ ମାସ ହେବ ଲାଲୁ ପ୍ରସାଦ ଅସୁସ୍ଥ ଥିଲେ। ଏପ୍ରିଲ୍‌ ମାସରେ ଜେଲ୍‌ରୁ ମୁକୁଳିବା ପରେ ସେ ବଡ଼ଝିଅ ମିସା ଭାରତୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଥିଲେ।

ବିମାନ ବନ୍ଦରରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ କାର୍‌ ଯୋଗେ ସିଧା ଆସି ପତ୍ନୀ ରାବ୍ରି ଦେବୀଙ୍କ ୧୦, ସର୍କ୍ୟୁଲାର୍‌ ରୋଡ୍‌ ବଙ୍ଗଳାରେ ପହଞ୍ଚିଥିଲେ। ତାଙ୍କୁ ଟିକେ ଦେଖିବା ପାଇଁ ରାବ୍ରି ଦେବୀଙ୍କ ବାସଭବନ ସମ୍ମୁଖରେ ବହୁସଂଖ୍ୟକ ସମର୍ଥକ ସମବେତ ହୋଇଥିଲେ କିନ୍ତୁ, ତାହା ସମ୍ଭବ ହୋଇ ନ ଥିଲା।

The post ପ୍ରାୟ ୪ ବର୍ଷ ପରେ ପାଟନାକୁ ଫେରିଲେ ଲାଲୁ ପ୍ରସାଦ; ‘ଆର୍‌ଜେଡି’ ସହ ସମ୍ବନ୍ଧ ଛିନ୍ନ କରିବାକୁ ଧମକ ଦେଲେ ପୁଅ ତେଜ ପ୍ରତାପ first appeared on Sambad.

from ରାଜନୀତି | Sambad https://ift.tt/2ZueUHv