ହିନ୍ଦୋଳ : ଯାହା ଚର୍ଚ୍ଚା ଚାଲିଥିଲା, ତାହା ସତ୍ୟ ପ୍ରମାଣିତ ହେଲା। ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପି‌େର ଯୋଗଦେବା ପରେ ତାଙ୍କ ସାନଭାଇ ଅଶୋକ ନାୟକ ସୋମବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାର ଠିକ୍‌ ପରେପରେ ବିଜେଡିରେ ଯୋଗଦେଇଛନ୍ତି।

ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ବାସଭବନରେ ହିନ୍ଦୋଳ ବିଧାୟିକା ସୀମା ନାୟକ, ଢେଙ୍କାନାଳ ବୁଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକଙ୍କ ଉପସ୍ଥିତିରେ ଅଶୋକ ବିଜେଡିରେ ଯୋଗ ଦେଇଛନ୍ତି। ଏହି ସମୟରେ ହିନ୍ଦୋଳ ବ୍ଲକ୍ ସଭାପତି ବରୁଣ ସର, ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ତପନ ତ୍ରିପାଠୀ, ହିନ୍ଦୋଳ ଏନଏସି ସଭାପତି ଗୋବିନ୍ଦ ବେହେରାଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ ଗତ ୨୦୧୯ ନିର୍ବାଚନରେ ବିଜେପି ଅଶୋକଙ୍କୁ ପ୍ରଥମଥର ପାଇଁ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଥିଲା। ଗତ ନିର୍ବାଚନରେ ସେ ଯଦିଓ ବିଜୟୀ ହୋଇନଥିଲେ, କିନ୍ତୁ ବିଜେଡିର କଡ଼ା ମୁକାବିଲା କରି ୭୦ହଜାର ଭୋଟ ହାତେଇଥିଲେ। ବିଜେପିରେ ଅଶୋକଙ୍କ ଭାଗ୍ୟ ଖୋଲି ଆସୁଥିବା ବେଳେ ବିଜେଡିରୁ ବିଦା ହୋଇଥିବା ଅଞ୍ଜଳି ଗତ ୧୮ତାରିଖରେ ବିଜେଡି‌େର ଯୋଗ ଦେଇଥିଲେ। ଏହି ମିଶ୍ରଣ ପର୍ବରେ ଯୋଗ ଦେବାପୂର୍ବରୁ ଅଞ୍ଜଳି ନିଜ ଭାଇ ଅଶୋକଙ୍କୁ କାର୍ଯ୍ୟକ୍ରମକୁ ନ ଡାକିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଫଳରେ, ଅଶୋକଙ୍କ ରାଜନୈତିକ ପଦ‌େକ୍ଷପ ଉପରେ ସମସ୍ତଙ୍କ ନଜର ରହିଥିଲା।

ଶେଷରେ, ବିଜେପିରେ କୋଣଠେସା ହେବା ପୂର୍ବରୁ ଅଶୋକ ଆଜି ଦଳ ଛାଡିଥିବା କୁହାଯାଉଛି। ଗତ ୧୮ତାରିଖର ମିଶ୍ରଣ ପର୍ବ ପାଇଁ ସେ ବିଜେପି ଛାଡ଼ିଥିବା ଇସ୍ତଫାପତ୍ରରେ ଦର୍ଶାଇଛନ୍ତି।

The post ହିନ୍ଦୋଳରେ ଭାଇ-ଭଉଣୀଙ୍କ ଦଳ ଡିଆଁ ରାଜନୀତି: ବିଜେପି ଛାଡ଼ି ବଜେଡି ଶିବିରରେ ଅଶୋକ first appeared on Sambad.

from ରାଜନୀତି | Sambad https://ift.tt/3GiBzqW