ନବରଙ୍ଗପୁର : ଆାସନ୍ତା ନଭେମ୍ବର ୬ ତାରିଖ ଦିନ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେବେ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଥିପାଇଁ ବିଜେଡି ପକ୍ଷରୁ ସ୍ବତନ୍ତ୍ର ଭାବେ ଏକ ମିଶ୍ରଣ ପର୍ବର ଆୟୋଜନ କରାଯିବ। ଏଥିରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବହୁ ସଂଖ୍ୟାରେ ମନ୍ତ୍ରୀ ଓ ବିଜେଡିର ତୁଙ୍ଗ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏଠାରେ ସୂଚନା ଯୋଗ୍ୟ ଯେ ଦଳ ଛାଡ଼ିବା ପରେ ପ୍ରଦୀପ ଓ ଜିଲ୍ଲା କଂଗ୍ରେସ ମଧ୍ୟରେ ଏକ ପ୍ରକାର ଶକ୍ତି ପ୍ରଦର୍ଶନ ଚାଲୁରହିଛି। କଂଗ୍ରେସ ପକ୍ଷରୁ ଗତକାଲି ଉମରକୋଟରେ ଏକ ‌ଶୋଭାଯାତ୍ରା ଆୟୋଜନ କରି ବିନା ପ୍ରଦୀପରେ ନିଜର ସ୍ଥିତି ଜାହିର କରିବା ସହ ଆସନ୍ତା ୩୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବା‌ର୍ଷିକୀ ପାଳନ କରିବ। ସେପଟେ ପ୍ରଦୀପ ଆସନ୍ତା ନଭେମ୍ବର ୬ରେ ହେବାକୁ ଥିବା ମିଶ୍ରଣ ପର୍ବ ଓ କଂଗ୍ରେସର ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମ ଏହି ୨ଟି କାର୍ଯ୍ୟକ୍ରମ ଜିଲ୍ଲା ରାଜନୀତି ଉପରେ ବେଶ ପ୍ରଭାବ ପକାଇବ ବୋଲି ରାଜନୈତିକ ବିଶେଷଜ୍ଞଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି।

The post ନଭେମ୍ବର ୬ରେ ବିଜେଡିରେ ମିଶିବେ ପ୍ରଦୀପ first appeared on Sambad.

from ରାଜନୀତି | Sambad https://ift.tt/3jP6CkK