
ନବରଙ୍ଗପୁର : କଂଗ୍ରେସ ଛାଡ଼ିବା ପରେ ଆଜି ଶକ୍ତି ପ୍ରଦର୍ଶନ କରି ସମର୍ଥକଙ୍କ ସହ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଆଦିବାସୀ ଯୁବ ନେତା ପ୍ରଦୀପ ମାଝୀ। ଯଦିଓ ପ୍ରଦୀପ ଏ ପର୍ଯ୍ୟନ୍ତ କେଉଁ ଦଳକୁ ଯିବେ ସ୍ପଷ୍ଟ ହୋଇନି, ତେବେ ସେ ଖୁବ୍ଶୀଘ୍ର ବିଜେଡିରେ ଯୋଗଦେବେ ବୋଲି ଶୁଣିବାକୁ ମିଳୁଛି। ଏହା ପୂର୍ବରୁ ସେ ନିଜ ସମର୍ଥକଙ୍କୁ ନେଇ ଆସନ୍ତକାଲି ନବରଙ୍ଗପୁରଠାରେ ଶକ୍ତି ପ୍ରଦର୍ଶନ କରିବେ। ଏଥି ପାଇଁ ନବରଙ୍ଗପୁର ସହରସ୍ଥିତ ଏକ କଲ୍ୟାଣ ମଣ୍ଡପରେ ଜୋରଦାର ପ୍ରସ୍ତୁତି ଚାଲିଛି। ଦଳବଦଳ ନେଇ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ, ଆସନ୍ତାକାଲି ସମସ୍ତ ନେତା ଓ ସମର୍ଥକ ଉପସ୍ଥିତ ରହିବେ। ନେତା ତଥା ସମର୍ଥକଙ୍କ ନିଷ୍ପତ୍ତି ଅନୁଯାୟୀ ସେ ଅନ୍ୟ ଦଳକୁ ଯିବେ।
The post ଆଜି ଶକ୍ତି ପ୍ରଦର୍ଶନ କରିବେ ପ୍ରଦୀପ ମାଝୀ first appeared on Sambad.from ରାଜନୀତି | Sambad https://ift.tt/3vFNNoB
0 Comments