ନୂଆଦିଲ୍ଲୀ: ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ନିଜସ୍ୱ ରାଜନୈତିକ ଦଳ ଗଠନ କରିବେ ବୋଲି ବୁଧବାର ଦିନ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଘୋଷଣା କରିଛନ୍ତି। କିନ୍ତୁ, ଚଣ୍ଡୀଗଡ଼ରେ ଗଣମାଧ୍ୟମ ସହ ଆଳାପ କରୁଥିବା ଅମରିନ୍ଦର ଏ ସଂକ୍ରାନ୍ତରେ ଅଧିକ କିଛି କହିବାକୁ ମନା କରିଦେଇଛନ୍ତି।

ସେ କହିଛନ୍ତି, ହିଁ, ମୁଁ ଗୋଟାଏ ଦଳ ଗଢ଼ିବି। ଏଥିପାଇଁ ମୋର ଓକିଲମାନେ କାମ କରୁଛନ୍ତି। କିନ୍ତୁ, ମୁଁ ଆପଣମାନଙ୍କୁ ଦଳର ନାଁ କହିପାରିବି ନାହିଁ। ନିର୍ବାଚନ କମିସନ୍‌ ଅନୁମୋଦନ ଦେଲେ ଯାଇ ନାଁ କହିବି। ଆମେ ସଙ୍କେତଟିଏ ପାଇଁ ବି ଅନୁରୋଧ କରିଛୁ।

ସେ ଆହୁରି ମଧ୍ୟ କହିଛନ୍ତି, କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଆମେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବୁ। ପୂର୍ବରୁ ମୁଁ ତାଙ୍କୁ ତିନିଥର ଭେଟିଛି।

କେନ୍ଦ୍ରର ତିନି କୃଷକ ଆଇନ ପ୍ରସଙ୍ଗରେ ଆଲୋଚନା ନିମନ୍ତେ ୨୫/୩୦ଜଣ ଲୋକଙ୍କୁ ନେଇ ସେ ଗୁରୁବାର ଦିନ ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛନ୍ତି। ତାଙ୍କ ସହ ଯିବାକୁ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ୩/୪ଜଣ ରାଜ୍ୟ ନେତା ଏବଂ କୃଷି ବିଶେଷଜ୍ଞ।

Image Courtesy of Deccan Herald

ଏପର୍ଯ୍ୟନ୍ତ ଔପଚାରିକ ଭାବେ କଂଗ୍ରେସ ପରିତ୍ୟାଗ କରି ନ ଥିବା ସିଂହ କହିଛନ୍ତି, ବିଗତ ୫୨ ବର୍ଷ ହେବ ମୁଁ କଂଗ୍ରେସରେ ରହି ଆସିଛି। ଆଉ ୧୦ ଦିନ ରହିଲେ କ’ଣ ଅସୁବିଧା ହୋଇଯିବ।

ଦୀର୍ଘ କାଳ ଧରି ରାଜନୈତିକ ଲଢ଼େଇ କରିଥିବା ନବଜୋତ୍‌ ସିଂହ ସିଦ୍ଧୁଙ୍କୁ ମଧ୍ୟ ସେ ପୁଣି ଥରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସିଦ୍ଧୁ ଦାୟିତ୍ୱରେ ରହିବା ପରଠାରୁ ପଞ୍ଜାବରେ କଂଗ୍ରେସର ଜନପ୍ରିୟତା ୨୫% ହ୍ରାସ ପାଇଲାଣି। ଯେଉଁ ପ୍ରକାର ଲଢ଼େଇ ହେଲେ ବି ସେ ବିଧାନସଭା ନିର୍ବାଚନରେ ସିଦ୍ଧୁଙ୍କ ସହ ଲଢ଼େଇ କରିବେ।

ସୂଚନାଯୋଗ୍ୟ, ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ପାଇଁ ନିର୍ବାଚନ କରାଯିବ।

The post ପଞ୍ଜାବ ନିର୍ବଚାନ ପୂର୍ବରୁ ନୂଆ ଦଳ ଗଢ଼ିବା କଥା ଘୋଷଣା କଲେ ଅମରିନ୍ଦର ସିଂହ; ସିଦ୍ଧୁଙ୍କ ସହ ଲଢ଼ିବାକୁ ଦୃଢ଼ପ୍ରତିଜ୍ଞ first appeared on Sambad.

from ରାଜନୀତି | Sambad https://ift.tt/3GqeToU