ଯାଜପୁର: ଯାଜପୁର ରାଜନୀତିରେ ଏକ ବଡଧରଣ ଭୂକମ୍ପ ଦେଖିବାକୁ ମିଳିଛି। କାରଣ ବରୀରେ ବେଶ ସକ୍ରିୟ ଥିବା ବିଜେପି ନେତା ତଥା ବରୀ ବିଧାୟକ ପ୍ରାର୍ଥୀ ବିଶ୍ୱରଂଜନ ମଲ୍ଲିକ ବିଜେପି ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଖାଲି ସେତିକି ନୁହଁ ତାଙ୍କ ସହ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ, ୨୪ ନମ୍ବର ଜିଲ୍ଲା ସଭ୍ୟା ରଂଜିତା ସାମଲ ବିଜେପି ଛାଡିଛନ୍ତି, ଯାହାକି ସେମାନେ ନିଜର ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତିଙ୍କୁ ପ୍ରେରଣ କରିଛନ୍ତି।

ତେବେ ବିଶ୍ୱ ବିଜେପିରେ ଥିବା ସମୟରେ ବରୀ ନିର୍ବାଚନ ମଣ୍ଡଳରେ ବେଶ ପ୍ରଭାବ ପକାଇ ପାରିଥିଲେ। ୨୦୧୯ ନିର୍ବାଚନରେ ଖୁବ କମ ଭୋଟରେ ପରାଜୟ ବରଣ କରିଥିବା ବିଶ୍ୱ ଦଳର କର୍ମୀମାନଙ୍କ ପାଇଁ ଆଶାନୁରୂପ କାମ କରିପାରିନଥିବା ଦର୍ଶାଇ ଦଳରୁ ଓ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ବିଶ୍ୱ ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ବେଶ ଚତୁରତାର ସହ ବ୍ଲକ ଅଧ୍ୟକ୍ଷା ପଦରେ ବିଜେପି ସମର୍ଥିତଙ୍କୁ ବସାଇପାରିଥିଲେ। ତେବେ ବିଶ୍ୱ ନିକଟରେ ବିଜେଡିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି। ତେବେ ବିଶ୍ୱଙ୍କ ପରେ କିଏ ବରୀ ବିଜେପିର ମଙ୍ଗ ଧରିବ ତାହା ହିଁଏବେ କଳ୍ପନାଜଳ୍ପନା ସୃଷ୍ଟି କରିଛି।

The post ବିଜେପି ଛାଡ଼ିିଲେ ବିଶ୍ୱରଂଜନ, ପ୍ରାଥମିକ ସଦସ୍ୟତା ପଦରୁ ଦେଲେ ଇସ୍ତଫା first appeared on Sambad.

from ରାଜନୀତି | Sambad https://ift.tt/30KHtAX