ନୂଆଦିଲ୍ଲୀ: ଆସନ୍ତା ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ଦଳର ପ୍ରଚାର ଅଭିଯାନ ଲାଗି ୧୩ଟି ଆଜେଣ୍ଡା ଉପସ୍ଥାପନ କରିବା ଲାଗି ପଞ୍ଜାବ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କୁ ଭେଟିବା ଲାଗି ଚିଠି ଲେଖିଛନ୍ତି। କଂଗ୍ରେସକୁ ପୁନରୁତ୍ଥାନ କରିବା ବଞ୍ଚାଇବା ଲାଗି ଏହା ପଞ୍ଜାବର ଶେଷ ସୁଯୋଗ ବୋଲି କହି ସେ ବ୍ୟକ୍ତିଗତ ଭାବେ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଆଗ୍ରହୀ ଜଣାଇଛନ୍ତି।

ସିଦ୍ଧୁ ଉପସ୍ଥାପନ କରିବାକୁ ଯାଉଥିବା ୧୩ଟି କଥା ମଧ୍ୟରେ ରହିଛି ଧର୍ମଗ୍ରନ୍ଥ ଅପବିତ୍ର ମାମଲାର ବିଚାର, ମାଦକ ଦ୍ରବ୍ୟ ମାମଲା, କୃଷିସମ୍ବନ୍ଧୀୟ ସମସ୍ୟା, କର୍ମସଂସ୍ଥାନ ସୁଯୋଗ, ବାଲି ଖଦାନ ଏବଂ ପଛୁଆ ବର୍ଗଙ୍କ କଲ୍ୟାଣ।

Image Courtesy of India TV News

‘କଂଗ୍ରେସ ଇସ୍ତାହାର’ ନିମନ୍ତେ ସେ ୧୩-ପଏଣ୍ଟ୍‌ବିଶିଷ୍ଟ ଆଜେଣ୍ଡା ଥିବା ‘ପଞ୍ଜାବ ମଡେଲ୍‌’ ଉପସ୍ଥାପନ କରିବା ଲାଗି ସେ ସୋନିଆଙ୍କ ଠାରୁ ସମୟ ଲୋଡ଼ିଥିବା କଥା ଉକ୍ତ ପତ୍ରରେ ଲେଖିଛନ୍ତି।

ଅକ୍ଟୋବର ୧୫ରେ ଲିଖିତ ଉକ୍ତ ପତ୍ରକୁ ସିଦ୍ଧୁ ଆଜି ଟୁଇଟର୍‌ରେ ସେୟାର୍‌ କରିଛନ୍ତି।

The post ପୁନରୁତ୍ଥାନ ପାଇଁ ଶେଷ ସୁଯୋଗ: ପଞ୍ଜାବର ୧୩ଟି ସମସ୍ୟା ଦର୍ଶାଇ ସୋନିଆ ଗାନ୍ଧୀଙ୍କୁ ନବଜୋତ୍‌ ସିଂହ ସିଦ୍ଧୁଙ୍କ ପତ୍ର first appeared on Sambad.

from ରାଜନୀତି | Sambad https://ift.tt/3BOYNCr