
ଭୁବନେଶ୍ୱର: ପିପିଲି ଉପନିର୍ବାଚନ ବେଳେ ଟଙ୍କା ବଣ୍ଟାଯାଉଥିବା ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି। ରେଜିଷ୍ଟରରେ ନାଁ ଲେଖି ଟଙ୍କା ବଣ୍ଟା ଯାଉଥିବା କହିଛନ୍ତି ନିରଞ୍ଜନ ପଟ୍ଟନାୟକ। ନିର୍ବାଚନ ଜିତିବା ପାଇଁ ବିଜେପିି ଓ ବିଜେଡି ଉଭୟ ଦଳ ବହୁ ପରିମାଣରେ ଟଙ୍କା ବାଣ୍ଟିଥିବା ସେ ଅଭିଯୋଗ କରିଛନ୍ତି। ତେବେ କଂଗ୍ରେସ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଆଦର୍ଶରେ ନିର୍ବାଚନ ଲଢିଛି। ତେଣୁ ଫଳାଫଳ କଣ ହେବ ଭୋଟ ଗଣତି ଦିନ ଜଣାପଡିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନ ହୋଇଛି, ଯେଉଁଥିପାଇଁ ୨୦୨୧ ସେପ୍ଟେମ୍ବର ୩୦ ତାରିଖରେ ଭୋଟ୍ ପଡିଥିଲା। କୋଭିଡ୍ କଟକଣା ଭିତରେ ଲୋକମାନେ ନିଜର ମତ ଅଧିକାର ସାବ୍ୟସ୍ତ କରିଥିଲେ । ବିଜେଡି ଏହି ନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ପ୍ରାର୍ଥୀ କରିବା ସହିତ ଗଡ ଦଖଲ କରିବାକୁ ଚେଷ୍ଟା କରିଛି।
ସେହିପରି ବିଜେପି ମଧ୍ୟ ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା। ଅନ୍ୟପଟେ କଂଗ୍ରେସ ବିଶ୍ୱକେଶନ ହରିଚନ୍ଦନଙ୍କୁ ପିପିଲି ପାଇଁ ପ୍ରାର୍ଥୀ କରିଛି। ଏବେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ଥିବାବେଳେ ଆସନ୍ତା ୩ ତାରିଖରେ ଭୋଟ୍ ଫଳାଫଳ ଘୋଷଣା ହେବ। ହେଲେ ଏହାପୂର୍ବରୁ ପିସିସି ସଭାପତିଙ୍କ ଏହି ଅଭିଯୋଗ କରିଛନ୍ତି।
The post ପିପିଲି ଉପନିର୍ବାଚନରେ ଟଙ୍କା କାରବାର ନେଇ ସାଂଘାତିକ ଅଭିଯୋଗ ଆଣିଲେ ପିସିସି ସଭାପତି first appeared on Sambad.from ରାଜନୀତି | Sambad https://ift.tt/3usDUKx
0 Comments