
ଭୁବନେଶ୍ବର : ପିପିଲି ଉପ ନିର୍ବାଚନରେ ସରକାରୀ କଳ ଓ ପ୍ରଶାସନକୁ ପ୍ରଚାର କାର୍ଯ୍ୟରେ ଶାସକ ବିଜେଡି ଦଳ ବ୍ୟବହାର କରୁଛି। ସାଧାରଣ ଭୋଟରଙ୍କୁ ପ୍ରଭାବିତ କରି ଭୋଟ ହାତେଇବାର ପ୍ରଚେଷ୍ଟା ଜାରି ରହିଛି। ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀର ୯୭ଟି ସମ୍ବେଦନଶୀଳ ବୁଥ ରହିଛି। ତେଣୁ ଏହି ବୁଥ୍ଗୁଡ଼ିକରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରି ଅବାଧ ଓ ମୁକ୍ତ ନିର୍ବାଚନ କରାଇବା ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ବିଜେପି ପ୍ରତିନିଧି ଦଳ।
ବିଜେପି ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ରଙ୍କ ସମେତ ଲିଗାଲ ସେଲ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀତମ ଦାସ ପ୍ରମୁଖ ପିପିଲି ଏନ୍ଏସି କର୍ମଚାରୀଙ୍କୁ ଶାସକ ଦଳ ପ୍ରଚାର କାର୍ଯ୍ୟରେ ବ୍ୟବହାର କରିବାର ତଥ୍ୟ ପ୍ରମାଣ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି। ଡେଲାଙ୍ଗ ବ୍ଲକ୍ରେ ୪୭, ପିପିଲି ବ୍ଲକ୍ରେ ୩୮, ପିପିଲି ଏନ୍ଏସିରେ ୧୨ଟି ସହିତ ମୋଟ ୯୭ଟି ସମ୍ବେଦନଶୀଳ ବୁଥ ରହିଛି। ତେଣୁ ଏସବୁ ବୁଥରେ ନିରପେକ୍ଷ ନିର୍ବାଚନ ପାଇଁ ଦାବି କରିଛନ୍ତି।
The post ପିପିଲି ଉପ ନିର୍ବାଚନ: ନିରପେକ୍ଷ ପରିଚାଳନା ପାଇଁ ନିର୍ବାଚନ ଆୟୋଗଙ୍କୁ ଭେଟିଲା ରାଜ୍ୟ ବିଜେପି first appeared on Sambad.from ରାଜନୀତି | Sambad https://ift.tt/3lSuGDm
0 Comments