କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ହେବାକୁ ଥିବା ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମ୍‌ତା ବାନାର୍ଜୀ। ନିନ୍ଦୀଗ୍ରାମ ବିଧାନସଭା ଆସନରୁ ନିର୍ବାଚନ ହାରି ଯାଇଥିବା ମମତାଙ୍କ ପାଇଁ ଯେ କୌଣସି ପରିସ୍ଥିତିରେ ବି ଭବାନୀପୁର ଆସନରୁ ବିଜୟଲାଭ ଅନିର୍ବାଯ୍ୟ ହୋଇପଡ଼ିଛି।

ଏହାକୁ ଦୃଷ୍ଟିରେ ରଖି ବିଜୟ ହାସଲ ପାଇଁ କୌଣସିଟି ସୁଯୋଗ ହାତଛଡ଼ା କରିବାକୁ ପ୍ରସ୍ତୁତ ନୁହନ୍ତି ମମତା। ସେଥିପାଇଁ ନିଜର ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଆସନ୍ତାକାଲି ଠାରୁ ଭବାନୀପୁର ନିର୍ବାଚନ ମଣ୍ଡଳୀରେ ନିଜର ନିର୍ବାଚନୀ ପ୍ରଚାର ଅଭିଯାନ ଆରମ୍ଭ କରିଦେଉଛନ୍ତି ମମତା ବାନାର୍ଜୀ। ଆସନ୍ତାକାଲି ଅପରାହ୍ନ ୩ଟା ସମୟରେ ମମତା ବାନାର୍ଜୀ କେବଳ ନିର୍ବାଚନମଣ୍ଡଳୀର ସମସ୍ତ ୱାର୍ଡର ଟିଏମସି କର୍ମୀଙ୍କୁ ସମ୍ବୋଧିତ କରିବା ସହ ବିଧିବଦ୍ଧ ଭାବେ ନିଜର ପ୍ରଚାର ଅଭିଯାନ ଆରମ୍ଭ କରିବେ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଟିଏମସି ରବିବାର ଦିନ ଘୋଷଣା କରଥିଲା ଯେ ଭବାନୀପୁର ବିଧାନସଭା ଆସନରେ ସେପ୍ଟେଟର ୩୦ରେ ହେବାକୁଥିବା ଉପ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କାରଣ, ନନ୍ଦିଗ୍ରାମରେ ନିର୍ବାଚନ ହାରିଥିବା ମମତା ବାନାର୍ଜୀଙ୍କୁ ତାଙ୍କ ମୁଖ୍ୟମନ୍ତ୍ରୀ ପଦବୀ ବଜାୟ ରଖିବାକୁ ଏହି ଉପନିର୍ବାଚନରେ ଜିତିବାକୁ ପଡ଼ିବ।
ଟିଏମସିର ଶୋଭନଦେବ ଚାଟୋପାଧ୍ୟାୟ ଭବନପୁରରୁ ଜିତିଥିଲେ। ସେ କିନ୍ତୁ ଏଠାରୁ ଇସ୍ତଫା ଦେବା ପରେ ଏଠାରେ ଉପନିର୍ବାଚନ ହେଉଛି। ମମତା ବାନାର୍ଜୀଙ୍କୁ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କର ନିର୍ବାଚନ ଜିତିବାକୁ ସୁଯୋଗ ଦେବା ଉଦ୍ଦେଶ୍ୟରେ ସେ ଇସ୍ତଫା ଦେଇଥିଲେ। ସେପ୍ଟେଟର ୩୦ରେ ଭବାନୀପୁର ସହ ମୁର୍ସିଦାବାଦ ଜିଲ୍ଲାର ଦୁଇଟି ଆସନ- ସାମସରଗଞ୍ଜ ଏବଂ ଜାଙ୍ଗିପୁରର ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଏଠାରେ ଚଳିତ ବର୍ଷ ଆରମ୍ଭରେ ଆଠଟି ପର୍ଯ୍ୟାୟ ବିଧାନସଭା ନିର୍ବାଚନ ସମୟରେ ମତଦାନ ହୋଇପାରି ନଥିଲା।

The post ଭବାନୀପୁର ଉପନିର୍ବାଚନ ପାଇଁ ଆସନ୍ତାକାଲି ଠାରୁ ପ୍ରଚାର ଅଭିଯାନ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମମତା first appeared on Sambad.

from ରାଜନୀତି | Sambad https://ift.tt/3kYeHDn