
ନୂଆଦିଲ୍ଲୀ: ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଚମକୌର୍ ସାହିବ୍ ବିଧାୟକ ଚରଣଜୀତ୍ସିଂହ ଚନ୍ନୀ ନିର୍ବାଚିତ ହୋଇଥିବା କଥା କଂଗ୍ରେସ ନେତା ହରିଶ ରାୱତ୍ କହିଛନ୍ତି। ଟୁଇଟ୍ର ପୋଷ୍ଟ୍ରେ ସେ ଲେଖିଛନ୍ତି, ସର୍ବସମ୍ମତିକ୍ରମେ ପଞ୍ଜାବ କଂଗ୍ରେସର ବିଧାୟକ ଦଳର ନେତା ଭାବେ ଚରଣଜୀତ ସିଂହ ଚନ୍ନୀ ନିର୍ବାଚିତ ହୋଇଥିବା ଖବର ଜଣାଇ ମୁଁ ଅତ୍ୟନ୍ତ ଆନନ୍ଦିତ।
ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ ହେବା ପରେ ସମ୍ପ୍ରତି କଂଗ୍ରେସ ବିଧାୟକ ଚରଣଜୀତ ସିଂହ ଚନ୍ନୀ ଚଣ୍ଡିଗଡ଼ସ୍ଥିତ ‘ଜେଡବ୍ଲୁ ମେରିଅଟ୍ ହୋଟେଲ୍’ରୁ ଗଭର୍ଣ୍ଣର୍ ହାଉସ୍ ଅଭିମୁଖେ ଯାତ୍ରା କରିଛନ୍ତି। ଗଭର୍ଣ୍ଣର୍ ହାଉସ୍ରୁ ପ୍ରତ୍ୟାବର୍ତ୍ତନ କଲେ ମୁଁ ଯାହା କିଛି କହିବି ବୋଲି ସେ କହିଛନ୍ତି।
It gives me immense pleasure to announce that Sh. #CharanjitSinghChanni has been unanimously elected as the Leader of the Congress Legislature Party of Punjab.@INCIndia @RahulGandhi @INCPunjab pic.twitter.com/iboTOvavPd
— Harish Rawat (@harishrawatcmuk) September 19, 2021
ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ପରେ କଂଗ୍ରେସ ନେତା ସୁଖଜିନ୍ଦର୍ ସିଂହ ରାନ୍ଧୱା କହିଛନ୍ତି, ଏହା ହାଇକମାଣ୍ଡ୍ଙ୍କ ନିଷ୍ପତ୍ତି। ମୁଁ ଏହାକୁ ସ୍ବାଗତ କରୁଛି। ଚନ୍ନୀ ମୋ ଅନୁଜ ପରି। ମୁଁ ଆଦୌ ହତାଶ ହେଉନାହିଁ।
ରାନ୍ଧୱା ମୁଖ୍ୟମନ୍ତ୍ରୀ ହେବେ ବୋଲି କେତେକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇବା ପରେ ପରେ ପୁଣି ଖବର ମିଳିଲା ଯେ, କିଏ ମୁଖ୍ୟମନ୍ତ୍ରୀ ହେବ, ସେ ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ। ଖୁବ୍ ଶୀଘ୍ର ତାହା ଘୋଷଣା କରାଯିବ।
ଏହାର କିଛି ସମୟ ପରେ କଂଗ୍ରେସ ନେତା କେ. ସି. ବେଣୁଗୋପାଳ କହିଲେ, ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅବିଳମ୍ବେ ଚଣ୍ଡିଗଡ଼ରେ ତାଙ୍କ ନାମ ଘୋଷଣା କରାଯିବ।
The post ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେଲେ କଂଗ୍ରେସ ବିଧାୟକ ଚରଣଜୀତ ସିଂହ ଚନ୍ନୀ first appeared on Sambad.from ରାଜନୀତି | Sambad https://ift.tt/3lxhF1G
0 Comments