
ନୂଆଦିଲ୍ଲୀ: ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସୁଖଜିନ୍ଦର ସିଂହ ରନ୍ଧାୱାଙ୍କ ନାମ ଚୂଡ଼ାନ୍ତ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଏ ସଂକ୍ରାନ୍ତରେ ଖୁବ୍ ଶୀଘ୍ର କଂଗ୍ରେସ ହାଇକମାଣ୍ଡ୍ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ ବୋଲି ଆଶା କରାଯାଉଛି।
ପଞ୍ଜାବର ବିଧାୟକମାନଙ୍କ ସହ ଆଲୋଚନା କରିବା ପରେ ‘ଏଆଇସିସି’ ମୁଖ୍ୟମନ୍ତ୍ରୀ ପଦ ପାଇଁ ସୁଖଜିନ୍ଦର ସିଂହ ରନ୍ଧାୱାଙ୍କ ନାମ ପ୍ରସ୍ତାବ ଦେଇଛି। ଏ ସଂକ୍ରାନ୍ତରେ ସମ୍ପ୍ରତି ଅମ୍ବିକା ସୋନିଙ୍କୁ ଉପସ୍ଥିତିରେ ରାହୁଲ୍ ଗାନ୍ଧୀଙ୍କ ବାସଭବନରେ ବୈଠକ ଚାଲିଛି।
ଏହା ବ୍ୟତିରେକେ, ଅରୁଣା ଚୌଧରୀ ଏବଂ ଭାରତଭୂଷଣ ଆଶୁ ପଞ୍ଜାବର ଉପମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଉଛି। ଅରୁଣା ଚୌଧରୀ ଦଳିତ ସମ୍ପ୍ରଦାୟର ପ୍ରତିନିଧିତ୍ବ କରିବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।
ଗତକାଲି କ୍ୟାପ୍ଟେନ୍ ଅମରିନ୍ଦର ସିଂହ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦର ଇସ୍ତଫା ଦେବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଯେଉଁମାନଙ୍କୁ ମନୋନୀତ କରାଯିବାର ସମ୍ଭାବନା ଅଛି, ସେମାନଙ୍କ ମଧ୍ୟରେ ସୁଖଜିନ୍ଦର ସିଂହ ରନ୍ଧାୱା ଅନ୍ୟତମ ବୋଲି ଚର୍ଚ୍ଚା ହେଉଥିଲା। ଆଜି କିନ୍ତୁ, ସ୍ବଂୟ ସୁଖଜିନ୍ଦର ସିଂହ ରନ୍ଧାୱା ଗଣମାଧ୍ୟମକୁ କହିଥିଲେ କି, ସେ କିଂବା ତାଙ୍କ ପରିବାର କ୍ଷମତା ପାଇଁ ବ୍ୟାକୁଳ ନୁହନ୍ତି।
ଆମେ ଆଗାମୀ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରୁଛୁ କି, ବୋଲି ସାମ୍ବାଦିକମାନେ ପଚାରନ୍ତେ, ରାନ୍ଧୱା ରହସ୍ୟ କରି କହିଲେ, ଆପଣମାନେ ଜଣେ କଂଗ୍ରେସକର୍ମୀଙ୍କ ସହ କଥାବାର୍ତ୍ତା କରୁଛନ୍ତି।
ଏଥିସହ ଅମରିନ୍ଦରଙ୍କୁ ଲଘୁ ସମାଲୋଚନା କରି ସେ କହିଲେ, ଦଳ ଚାହିଁବାଯାଏଁ ଜଣେ ମୁଖ୍ୟମନ୍ତ୍ରୀ ଆସନରେ ରହିପାରନ୍ତି, ରାଜ୍ୟବାସୀ ତାଙ୍କୁ ସମର୍ଥନ କରୁଛନ୍ତି। କେତେ ଶୀଘ୍ର ନୂଆ କଂଗ୍ରେସ ବିଧାୟକ ଦଳର ନେତା ଘୋଷଣା କରାଯିବ ବୋଲି ଆଶା କରିବୁ ବୋଲି ପଚାରନ୍ତେ ସେ କହିଲେ, ଏ ବିଷୟ ଆମେ କଂଗ୍ରେସ ଅଧ୍ୟକ୍ଷାଙ୍କ ହାତରେ ଛାଡ଼ି ଦେଇଛୁ।
The post ସୁଖଜିନ୍ଦର ସିଂହ ରନ୍ଧାୱାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କଲା ପଞ୍ଜାବ କଂଗ୍ରେସ; ଚୂଡ଼ାନ୍ତ ନିଷ୍ପତ୍ତି ହାଇକମାଣ୍ଡ୍ ହାଇକମାଣ୍ଡଙ୍କ ହାତରେ first appeared on Sambad.from ରାଜନୀତି | Sambad https://ift.tt/3CnvRkT
0 Comments