କୋଲ୍‌କାତା: ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଭବାନୀପୁର ବିଧାନସଭା ଉପନିର୍ବାଚନର ମମତା ବାନାର୍ଜୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ‘ବିଜେପି’ ଓକିଲ ପ୍ରିୟଙ୍କା ଟିବ୍ରେୱାଲ୍‌ଙ୍କୁ ପ୍ରାର୍ଥିନୀ କରିଛି।

Image Courtesy of NDTV

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ୍‌ ସୁପ୍ରିୟୋଙ୍କର ଆଇନଗତ ପରାମର୍ଶଦାତ୍ରୀ ପ୍ରିୟଙ୍କା ଟିବ୍ରେୱାଲ୍‌ ଗତ ଏପ୍ରିଲ୍‌-ମେ’ରେ ‌ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରି ‘ତୃଣମୂଳ କଂଗ୍ରେସ’ ପ୍ରାର୍ଥୀଙ୍କ ଠାରୁ ପରାସ୍ତ ହୋଇଥିଲେ। ବାବୁଲ୍‌ ସୁପ୍ରିୟୋଙ୍କ ଅନୁରୋଧକ୍ରମେ ୨୦୧୪ରେ ସେ ‘ବିଜେପି’ରେ ଯୋଗ ଦେଇଥିଲେ।

Image Courtesy of India Today

ଉକ୍ତ ନିର୍ବାଚନରେ ‘ତୃଣମୂଳ କଂଗ୍ରେସ’ ବ୍ୟାପକ ସଂଖ୍ୟଗରିଷ୍ଠତା ହାସଲ କରିବା ପରେ ତୃତୀୟ ଥର ପାଇଁ ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। କିନ୍ତୁ, ଉକ୍ତ ନିର୍ବାଚନରେ ସେ ନନ୍ଦିଗ୍ରାମ ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ‘ବିଜେପି’ ପ୍ରାର୍ଥୀ ତଥା ନିଜର ପୂର୍ବତନ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହୋଇଥିଲେ। ତେଣୁ, ମୁଖ୍ୟମନ୍ତ୍ରୀ ପଦବୀ ବଜାୟ ରଖିବାକୁ ହେଲେ ତାଙ୍କୁ ଭବାନୀପୁର ଆସନ ଉପନିର୍ବାଚନରେ ଜିଣିବାକୁ ପଡ଼ିବ।

 

The post ପଶ୍ଚିମବଙ୍ଗ ଉପନିର୍ବାଚନରେ ମମତା ବାନାର୍ଜୀଙ୍କ ବିପକ୍ଷରେ ପ୍ରିୟଙ୍କା ଟିବ୍ରେୱାଲ୍‌ଙ୍କୁ ପ୍ରାର୍ଥୀ କଲା ‘ବିଜେପି’ first appeared on Sambad.

from ରାଜନୀତି | Sambad https://ift.tt/3nlUslU