
ଉତ୍ତରପ୍ରଦେଶ: ଆଗାମୀ ୨୦୨୨ରେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ନୂଆ ପ୍ରଚାର ଥିମ୍ କରିଛି। ‘ଦମ୍ଦାର’ (ନିର୍ଣ୍ଣାୟକ) ଏବଂ ଇମାନ୍ଦାର (ସଚ୍ଚୋଟ) ସ୍ଲୋଗାନ୍କୁ ନେଇ ନିର୍ବାଚନ ପ୍ରଚାର କରାଯିବ। କୋଭିଡ୍-୧୯ ସଂକ୍ରମଣର ସଫଳ ମୁକାବିଲାଠାରୁ ଆରମ୍ଭ କରି ରାଜ୍ୟର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ଯୋଗୀ ସରକାର ସଫଳ ହୋଇଛନ୍ତି ବୋଲି ବିଜେପି ଦାବି କରିବା ସହ ଏହି ଦୁଇଟି ସ୍ଲୋଗାନକୁ ନିର୍ବାଚନ ପ୍ରଚାର ସମୟରେ ବ୍ୟବହାର କରି ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ କରିବ। ‘ମୋଦୀ-ଯୋଗୀ ପାର୍ଟନରସିପ୍’ର ଉପଲବ୍ଧିକୁ ନେଇ ଆଗାମୀ ନିର୍ବାଚନବେଳେ ସୋସିଆଲ ମିଡିଆରେ ଏହାର ଉପଯୋଗ କରାଯିବ ବୋଲି ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି।
The post ୟୁପିରେ ବିଜେପିର ନୂଆ ପ୍ରଚାର ଥିମ୍: ଦମ୍ଦାର, ଇମାନ୍ଦାର first appeared on Sambad.from ରାଜନୀତି | Sambad https://ift.tt/3BZPuiH
0 Comments