ଭୁବନେଶ୍ବର : ବିଭିନ୍ନ ରାଜନୈତିକ ଦଳ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ପରାମର୍ଶକ୍ରମେ ନିର୍ବାଚନ ଆୟୋଗ ପିପିଲ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ଜାରି କରିଛନ୍ତି। ଏହାସହ ସେପ୍ଟେମ୍ବର ୪ରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ଦଳ, ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ସମଗ୍ର ପୁରୀ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ବୋଲି ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ଅନୁଯାୟୀ, ସେପ୍ଟେମ୍ବର ୩୦ତାରିଖ (ଗୁରୁବାର) ଭୋଟ୍‌ ଗ୍ରହଣ କରାଯିବ। ଅକ୍ଟୋବର ୩ରେ ସକାଳ ୭ଟାରୁ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଭୋଟ୍‌ ଗଣତି ହେବ। ୫ତାରିଖରେ ନିର୍ବାଚନ ପ୍ରକ୍ରିୟା ଶେଷ ହେବ। ଉପନିର୍ବାଚନରେ କୋଭିଡ-୧୯ର ବିସ୍ତୃତ ନିର୍ଦ୍ଦେଶାବଳୀକୁ ସବୁ ସ୍ତରରେ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରିଛନ୍ତି।

The post ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା first appeared on Sambad.

from ରାଜନୀତି | Sambad https://ift.tt/3BKn6kw