
ନୂଆଦିଲ୍ଲୀ: ପଞ୍ଜାବ ରାଜନୀତିରେ ନୂଆ ମୋଡ ଦେଖା ଦେଇପାରେ। ଖବର ମିଳିଛି କି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମଙ୍ଗଳବାର ଦିଲ୍ଲୀ ଆସୁଛନ୍ତି। ଦିଲ୍ଲୀରେ ପହଞ୍ଚି ସେ ସନ୍ଧ୍ୟାରେ ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ। ଏଥିରୁ ଅନୁମାନ ଲଗାଯାଉଛି କି, ସେ ବିଜେପିରେ ସାମିଲ ହୋଇପାରନ୍ତି। ଅମରିନ୍ଦର ଦ୍ବିପହର ପାଖାପାଖି ୩.୩୦ ସମୟରେ ପଞ୍ଜାବରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ଦିଲ୍ଲୀରେ ପହଞ୍ଚି ଏକ ଉଚ୍ଚସ୍ତରୀୟ ଆଲୋଚନାରେ ସେ ଯୋଗ ଦେବେ।
କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ସହ ଦୀର୍ଘ ଦିନ ଧରି ଲାଗିରହିଥିବା ବିବାଦ ଭିତରେ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଚଳିତ ମାସରେ ଇସ୍ତଫା ଦେଇଥିଲେ । ଏହାପରେ କଂଗ୍ରେସ ଚରଣଜିତ ସିଂହ ଚନ୍ନିଙ୍କୁ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲା। ତେବେ କ୍ୟାପଟେନ୍ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଏବେ ସେ କଂଗ୍ରେସ ଦଳ ମଧ୍ୟ ଛାଡିବା ନେଇ ଚର୍ଚ୍ଚା ହେଉଛି।
The post ବିଜେପିରେ ମିଶି ପାରନ୍ତି ଅମରିନ୍ଦର ସିଂହ first appeared on Sambad.from ରାଜନୀତି | Sambad https://ift.tt/3kKVK88
0 Comments