
ଚଣ୍ଡୀଗଡ଼: ନବଜୋତ୍ ସିଂହ ସିଦ୍ଧୁଙ୍କ ସହ କଥାବର୍ତ୍ତା କରିବା ସହ ମତପାର୍ଥ୍ୟକ ଦୂର ନିମନ୍ତେ ଆଲୋଚନା କରିବା ଲାଗି ତାଙ୍କୁ ଆମନ୍ତ୍ରଣ କରିଥିବା କଥା ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜୀତ୍ ସିଂହ ଚନ୍ନୀ କହିଛନ୍ତି।
ନୈତିକତା ଏବଂ ମୌଳିକ ସତ୍ୟ ଆଧାରିତ ନୀତି ସହ ସାଲିସ କରିପାରିବେ ନାହିଁ ଦର୍ଶାଇ ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ନବଜୋତ୍ ସିଂହ ସିଦ୍ଧୁ ଇସ୍ତଫା ଦେବାର ଦିନକ ପରେ ମୁଖ୍ୟମନ୍ତ୍ରୀ ଚନ୍ନୀ ଉପରୋକ୍ତ କଥା କହିଛନ୍ତି। କିନ୍ତୁ, ତାଙ୍କ ଇସ୍ତଫା ପତ୍ର ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନ ଥିବା କଥା କଂଗ୍ରେସ ସୂତ୍ରରୁ ପ୍ରକାଶ।
ନବଜୋତ୍ ସିଂହ ସିଦ୍ଧୁଙ୍କୁ ପରିବାରର ମୁଖିଆ ଭାବେ ଅଭିହିତ କରି ଚନ୍ନୀ କହିଛନ୍ତି, ଦଳହିଁ ଶ୍ରେଷ୍ଠ। ପାର୍ଟିର ଆବଶ୍ୟକତାକୁ ସରକାର ସମ୍ମାନ ଦିଅନ୍ତି। ଆଜି ମୁଁ ଫୋନ୍ ଯୋଗେ ତାଙ୍କ (ସିଦ୍ଧୁ) ସହ କଥାବାର୍ତ୍ତା କରିଛି ଓ ଆଲୋଚନା କରି ମତପାର୍ଥକ୍ୟ ମେଣ୍ଟାଇବା କଥା କହିଛି।
ଯଦି କିଛି ତ୍ରୁଟି ଅଛି ବୋଲି ଆପଣଙ୍କର ମନେ ହେଉଛି, ପୂବର୍ବପରି ଆପଣ ତାହା ଦର୍ଶାଇ ପାରନ୍ତି ବୋଲି ମୁଖ୍ୟମନ୍ତ୍ରୀ ଚନ୍ନୀ କହିଛନ୍ତି।
ହଠାତ୍ ଇସ୍ତଫା ଦେବା ପରେ ଆଜି ଜାରି କରିଥିବା ଦୁଇଟି ଭିଡିଓ ବିବୃତିରେ ସିଦ୍ଧୁ ଚରଣଜୀତ୍ ସିଂହ ଚନ୍ନୀଙ୍କ ନୂତନ କ୍ୟାବିନେଟ୍ରେ ଆବଣ୍ଟନ କରାଯାଇଥିବା କିଛି ବିଭାଗ ବିଷୟରେ ଆପତ୍ତି କରିଛନ୍ତି। ବିଭିନ୍ନ ସୂତ୍ରରୁ ପ୍ରାପ୍ତ ରିପୋର୍ଟ ଅନୁସାରେ, ପଞ୍ଜାବ କଂଗ୍ରେସର ମୁଖ୍ୟ ଭାବେ ନିଯୁକ୍ତି ପାଇ ମଧ୍ୟ ସିଦ୍ଧୁ ରାଜ୍ୟ ସରକାରରେ ନିକଟ ଅତୀତରେ କିଛି ସରକାରୀ ଅଧିକାରୀ ନିଯୁକ୍ତି ଏବଂ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କଥାରେ ଅସନ୍ତୁଷ୍ଟ ହୋଇଛନ୍ତି।
ଅକସ୍ମାତ୍ ଇସ୍ତଫା ଦେବାର କାରଣ ବ୍ୟାଖ୍ୟା କରାଯାଇଥିବା ଉକ୍ତ ଭିଡିଓ ଟୁଇଟର୍ରେ ପୋଷ୍ଟ୍ ହେବାର କିଛି ସମୟ ପରେ ଚନ୍ନୀ କହିଛନ୍ତି, କୌଣସି ପ୍ରକାର ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବା ଲାଗି ମୋର ଅହମିକା ନାହିଁ। ଆଲୋଚନା ପାଇଁ ମୁଁ ସବୁ ନେତାଙ୍କ ସହ ବସିବା ପାଇଁ ରାଜି।
The post ଦଳ ହିଁ ଶ୍ରେଷ୍ଠ କହି ଆଲୋଚନା ପାଇଁ ନବଜୋତ୍ ସିଦ୍ଧୁଙ୍କୁ ଆମନ୍ତ୍ରଣ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜୀତ୍ ଚନ୍ନୀ first appeared on Sambad.from ରାଜନୀତି | Sambad https://ift.tt/3mblMAW
0 Comments