କୋଲ୍‌କାତା: ରାଜ୍ୟସଭା ଉପନିର୍ବାଚନରେ ‘ତୃଣମୂଳ କଂଗ୍ରେସ’ର ସୁସ୍ମିତା ଦେବଙ୍କ ବିପକ୍ଷରେ ‘ଭାରତୀୟ ଜନତା ପାର୍ଟି’ ପ୍ରାର୍ଥୀ ଠିଆ କରାଇବ ନାହିଁ ବୋଲି ପଶ୍ଚିମବଙ୍ଗ ‘ବିଜେପି’ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି।

ଆଜି ଟୁଇଟ୍‌ କରି ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପଶ୍ଚିମବଙ୍ଗ ପାଇଁ ହେବାକୁ ରାଜ୍ୟସଭା ଉପନିର୍ବାଚନ ପାଇଁ ‘ବିଜେପି’ କୌଣସି ପ୍ରାର୍ଥୀ ମନୋନୟନ କରିବ ନାହିଁ। ଫଳାଫଳ ପୂର୍ବ-ପରିକଳ୍ପିତ। ଅନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ଅନିର୍ବାଚିତ କରିବା ପାଇଁ ସୁନିଶ୍ଚିତ ହେବା ହେଉଛି ଆମର ଲକ୍ଷ୍ୟ। ଜୟ ମା କାଳୀ।

ଖାଲି ପଡ଼ିଥିବା ପଶ୍ଚିମବଙ୍ଗ ରାଜ୍ୟସଭା ଆସନ ନିମନ୍ତେ ପ୍ରାର୍ଥୀ ନ ଦେବା ପାଇଁ ‘ବିଜେପି’ ନିଷ୍ପତ୍ତି ନେବାଦ୍ବାରା ‘ତୃଣମୂଳ କଂଗ୍ରେସ’ର ସୁସ୍ମିତା ଦେବ ନିର୍ବିବାଦରେ ବିଜୟିନୀ ହେବେ ବୋଲି ମନେହୁଏ।

Image Courtesy of Deccan Herald

ସୂଚନାଯୋଗ୍ୟ, ସୋମବାର ଦିନ ସୁସ୍ମିତା ଦେବ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ନିକଟ ଅତୀତରେ କଂଗ୍ରେସ ଦଳ ପରିତ୍ୟାଗ କରି ‘ତୃଣମୂଳ କଂଗ୍ରେସ’ରେ ଯୋଗଦେଇଥିବା ସୁସ୍ମିତା ଦେବଙ୍କୁ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥିନୀ ଭାବେ ମନୋନୀତ କରାଯାଇଥିଲା। ପଶ୍ଚିମ ମେଦିନୀପୁର ଅନ୍ତର୍ଗତ ସବଙ୍ଗ ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହେବା ପେର ମାନସ ଭୂୟାଁ ରାଜ୍ୟସଭାରୁ ଇସ୍ତଫା ଦେବାରୁ ତାଙ୍କ ଆସନଟି ଖାଲି ପଡ଼ିଥିଲା।

ପଶ୍ଚିମବଙ୍ଗର ଗୋଟିଏ ଆସନ ସମେତ ଖାଲି ପଡ଼ିଥିବା ସମୁଦାୟ ୬ଟି ରାଜ୍ୟସଭା ଆସନ ପାଇଁ ଅକ୍ଟୋବର ୪ ତାରିଖ ଦିନ ନିର୍ବାଚନ କରାଯିବ।

The post ରାଜ୍ୟସଭା ଉପନିର୍ବାଚନରେ ପ୍ରାର୍ଥୀ ଦେବୁ ନାହିଁ; ଅନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ଅନିର୍ବାଚିତ କରିବୁ: ଶୁଭେନ୍ଦୁ ଅଧିକାରୀ first appeared on Sambad.

from ରାଜନୀତି | Sambad https://ift.tt/39rX8WF