ନୂଆଦିଲ୍ଲୀ : ୨୦୧୪ ରୁ ୨୦୨୧ ମଧ୍ୟରେ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି)ର ୬ ବିଧାୟକ ଓ ସାଂସଦ ଦଳ ଛାଡ଼ିଛନ୍ତି। ନାସନାଲ୍‌ ଇଲେକସନ୍‌ ୱାଚ୍‌ ଓ ଆସୋସିଏସନ୍‌ ଫର୍‌ ଡିମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ଦ୍ବାରା ଜାରି କରାଯାଇଥିବା ରିପୋର୍ଟରେ ଏହା କୁହାଯାଇଛି। ଅପରପକ୍ଷେ ସାତ ବର୍ଷରେ ଦଳର ୩ ଜଣ ପ୍ରାର୍ଥୀ ଦଳ ଛାଡ଼ିଛନ୍ତି। ବିଧାୟକ ଓ ସାଂସଦମ‌ାନଙ୍କ ଦଳ ଛାଡ଼ିବା ପ୍ରତିଶତ ୧.୨ ରହିଥିବାବେଳେ ପ୍ରାର୍ଥୀ ଦଳ ଛାଡିବା ପ୍ରତିଶତ ୦.୨୬ ରହିଛି। ରିପୋର୍ଟରେ ସାତ ବର୍ଷରେ ବିଜେଡିରେ ୧୬ ଜଣ ପ୍ରାର୍ଥୀ ଯୋଗଦେଇଥିବା ମଧ୍ୟ ଉଲ୍ଲେଖ କରାଯାଇଛି। ବିଜେଡିରେ ଯୋଗଦେଇଥିବା ପ୍ରାର୍ଥୀଙ୍କ ପ୍ରତିଶତ ୧.୪୧ ରହିଛି। ଏଥି ସହିତ ୩ ଜଣ ବିଧାୟକ ଓ ସାଂସଦ ବିଜେଡିରେ ଯୋଗ‌ଦେଇଥିଲେ, ଯାହାର ପ୍ରତିଶତ ୦.୬୬ ରହିଛି। ଏଡିଆର ରିପୋର୍ଟରେ ୨୦୧୪ ରୁ ୨୦୨୧ ମଧ୍ୟରେ ସର୍ବାଧିକ ୧୭୭ ଜଣ କଂଗ୍ରେସ ବିଧାୟକ ଓ ସାଂସଦ (୩୫ ପ୍ରତିଶତ) ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଦେଇଥଲେ ବୋଲି ଦର୍ଶାଯାଇଛି।

The post ଏଡିଆର୍‌ର ୭ ବର୍ଷର ରିପୋର୍ଟ: ନିର୍ବାଚନ ପୂର୍ବରୁ ଦଳ ଛାଡ଼ିଛନ୍ତି ବିଜେଡିର ୬ ବିଧାୟକ, ସାଂସଦ first appeared on Sambad.

from ରାଜନୀତି | Sambad https://ift.tt/2X5WsU8