ଗୌହାଟି: ଆଗାମୀ ବୁଧବାର ଦିନ ତ୍ରିପୁରାର ଅଗରତାଲାରେ ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ ଏକ ରୋଡ୍‌ ସୋ’ର ନେତୃତ୍ବ ନେବେ।

୨୦୨୩ରେ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଉତ୍ତରପୂର୍ବ ରାଜ୍ୟରେ ପ୍ରଥମ କରି ରୋଡ୍‌ ସୋ’ ଆୟୋଜନ କରୁଥିବା ତୃଣମୂଳ କଂଗ୍ରେସ ପ୍ରତିଷ୍ଠିତ ହେବାକୁ ଉଦ୍ୟମ କରୁଛି ବୋଲି କୁହାଯାଉଛି।

ରାଜ୍ୟ ତୃଣମୂଳ କଂଗ୍ରେସର ସାଧାରଣ ସଚିବ କୁନାଲ୍‌ ଘୋଷ କହିଛନ୍ତି, ଅଗରତାଲାରେ ଅଭିଷେକ ବାନାର୍ଜୀ ରୋଡ୍‌ ସୋ’ର ନେତୃତ୍ବ ନେବେ।

ତୃଣମୂଳ କଂଗ୍ରେସ ତରଫରୁ ଆହୁରି ମଧ୍ୟ କୁହାଯାଇଛି ଯେ, ପଶ୍ଚିମବଙ୍ଗର କେତେଜଣ ସାଂସଦ ଏବଂ ବିଧାୟକ ଏହି ରୋଡ୍‌ ସୋ’ରେ ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସଚିବ ଅଭିଷେକ ବାନାର୍ଜୀଙ୍କ ସାଥିରେ ରହିବେ।

Image Courtesy of Millennium post

ପଶ୍ଚିମବଙ୍ଗ ନିର୍ବାଚନରେ ‘ବିଜେପି’କୁ ଶୋଚନୀୟ ଭାବେ ପରାସ୍ତ କରିଥିବା ‘ତୃଣମୂଳ କଂଗ୍ରେସ’ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ଏକ ଜାତୀୟ ଦଳ ଭାବେ ପରିଚିତ ହେବାକୁ ଖୁବ୍‌ ‌ଆଗ୍ରହୀ ଥିବା କୁହାଯାଉଛି।

କିନ୍ତୁ, ୬୦ ଆସନରୁ ୪୦ରୁ ଊର୍ଦ୍ଧ୍ବ ଆସନରେ ଶାସକ ବିଜେପି ଏବଂ ତା’ର ମେଣ୍ଟ ଦଳ ଥିବା ତ୍ରିପୁରାରେ ‘ତୃଣମୂଳ’ ପ୍ରଚାର ଅଭିଯାନ ପାଇଁ ବ୍ୟବସ୍ଥା କରୁଛି। ଏହାଛଡ଼ା, ଆସାମ ଉପରେ ମଧ୍ୟ ‘ତୃଣମୂଳ’ ଦୃଷ୍ଟି ନିବଦ୍ଧ କରିଛି।

ତ୍ରିପୁରାରେ ‘ବିଜେପି’ ଏବଂ ‘ସିପିଏମ୍‌’ କର୍ମୀଙ୍କ ମଧ୍ୟରେ ହିଂସାକାଣ୍ଡ ଘଟିବା ପରେ ଅଭିଷେକ ରୋଡ୍‌ ସୋ’ରେ ବାହାରିଛନ୍ତି। କୁନାଲ୍‌ ଘୋଷ କହିଛନ୍ତି, ‘ତୃଣମୂଳ କଂଗ୍ରେସ’ର ଉତ୍ଥାନ ଦେଖି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ଲାଗି ଜାଣିଶୁଣି ‘ବିଜେପି’ ‘ସିପିଏମ୍‌’ କର୍ମୀମାନଙ୍କୁ ଆକ୍ରମଣ କରୁଛି। କିନ୍ତୁ, ଏ କୌଶଳ କାମ ଦେବନାହିଁ। ସହଯୋଗ ଏବଂ ସଂଗ୍ରାମ ପାଇଁ ଆମ‌େ ‘ସିପିଏମ୍‌’କର୍ମୀଙ୍କୁ ସମବେଦନା ଜଣାଉଛୁ। ଆମକୁ ଭୋଟ୍‌ ଦେଇ ‘ବିଜେପି’କୁ ବିଦା କରିବାକୁ ଜନତାଙ୍କୁ ନିବେଦନ କରୁଛୁ।

The post ସେପ୍ଟେମ୍ବର ୧୫ରେ ତ୍ରିପୁରାରେ ତୃଣମୂଳ କଂଗ୍ରେସ୍‌ ରୋଡ୍‌ ସୋ’ର ନେତୃତ୍ବ ନେବେ ଅଭିଷେକ ବାନାର୍ଜୀ first appeared on Sambad.

from ରାଜନୀତି | Sambad https://ift.tt/3C0w7pz