
ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଏକ ଦୃଢ଼ୋକ୍ତି ବାଢ଼ିଛନ୍ତି । ଯୋଗୀ କହିଛନ୍ତି, ଉତ୍ତରପ୍ରଦେଶରେ ଚାଲିଥିବା ଦୀର୍ଘ ୩୫ ବର୍ଷର ଅଭିଶପ୍ତ ପରମ୍ପରାକୁ ସେ ଭାଙ୍ଗି ଦେବେ। ଗତ ୩୫ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ କୌଣସି ଜଣେ ହେଲେ ମୁଖ୍ୟମନ୍ତ୍ରୀ ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିନାହାନ୍ତି। କିନ୍ତୁ ଯୋଗୀ କହିଛନ୍ତି, ସେ ଏହି ପରମ୍ପରାକୁ ଭାଙ୍ଗିବେ ଏବଂ ୨୦୨୨ରେ ସେ ପୁଣିଥରେ କ୍ଷମତାକୁ ଫେରିବେ। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗୀ କହିଛନ୍ତି, ସେ ଏହି ରେକର୍ଡକୁ ଭାଙ୍ଗିବେ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେପି ୩୫୦ରୁ କମ୍ ଆସନ ପାଇବନି। ବିକାଶ ଏବଂ ଜାତୀୟତାବାଦର ଏଜେଣ୍ଡା ଆଧାରରେ ଦଳ ନିର୍ବାଚନ ଲଢ଼ିବ। ଉଲ୍ଖେଯୋଗ୍ୟ ଯେ, ସପା ସଭାପତି ଅଖିଳେଶ ଯାଦବ ନିକଟରେ କହିଥିଲେ ତାଙ୍କ ଦଳ ୪୦୦ ଆସନରେ ଜିତିବ। ତେବେ ଅଖିଳେଶଙ୍କ ଏହି ଟିପ୍ପଣୀ ବିରୋଧରେ କଡ଼ା ପ୍ରତିକ୍ରିୟା ରଖି ଯୋଗୀ କହିଛନ୍ତି, ଅଖିଳେଶ ଗଣନା କରି ଶିଖିନାହାନ୍ତି। ବିରୋଧୀଙ୍କ ବିରୋଧରେ ବର୍ଷି ଯୋଗୀ କହିଛନ୍ତି, ସପା ଲୁଟ୍ ଏବଂ କୁଶାସନ ପାଇଁ ଜଣାଶୁଣା।
The post ୩୫ ବର୍ଷର ଅଭିଶପ୍ତ ପରମ୍ପରା ଭାଙ୍ଗିବି: ୨୦୨୨ରେ ପୁଣି କ୍ଷମତାକୁ ଆସିବି first appeared on Sambad.from ରାଜନୀତି | Sambad https://ift.tt/2YWf5e4
0 Comments