
ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶର ରାଜନୈତିକ ଦଳମାନଙ୍କୁ ମିଳିଛି ୩୪୨୯.୫୬ କୋଟି ଟଙ୍କା ମୂଲ୍ୟର ଚାନ୍ଦା | ‘ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ’ (ଏଡିଆର) ପ୍ରକାଶ କରିଛି ଯେ ଏଥି ମଧ୍ୟରୁ କେବଳ ଚାରିଟି ଜାତୀୟ ଦଳ ବିଜେପି, କଂଗ୍ରେସ, ଟିଏମସି ଏବଂ ଏନସିପିର ଚାନ୍ଦା ପରିମାଣ ୮୭.୨୯ ପ୍ରତିଶତ ରହିଛି। ଆଉ ଏଡିଆର ଆକଳନ କରିଛି ଯେ ଏହି ଚାରି ଦଳର ମୋଟ ଆୟର ୬୨.୯୨ ପ୍ରତିଶତ ନିର୍ବାଚନ ବଣ୍ଡ ମାଧ୍ୟମରେ ଆସିଛି।
ଅନ୍ୟପକ୍ଷରେ, ଏଡିଆର ରିପୋର୍ଟ ଅନୁଯାୟୀ, ୨୦୨୦ ଆର୍ଥିକ ବର୍ଷରେ ବିଜେପିକୁ ମିଳିଥିବା ଆୟରୁ ବିଜେପି କେବଳ ୪୫.୫୭ ପ୍ରତିଶତ ଖର୍ଚ୍ଚ କରିଥିବାବେଳେ କଂଗ୍ରେସ ଆୟ ତୁଳନାରେ ୪୬.୩୧ ପ୍ରତିଶତ ଅଧିକ ଖର୍ଚ୍ଚ କରିଛି। ତେବେ ଏକ ବିଶେଷ କଥା ମଧ୍ୟ ହେଉଛି ଯେ ସମସ୍ତ ରାଜନୈତିକ ଦଳ ୨୦୧୯-୨୦ ଆର୍ଥିକ ବର୍ଷରେ ନିର୍ବାଚନ ବଣ୍ଡରୁ ୩୪୪୧.୩୨୪ କୋଟି ଟଙ୍କା ପାଇଥିବାବେଳେ ଏସବିଆଇ ଅନୁଯାୟୀ ଏହି ସଂଖ୍ୟା ୩୪୨୯.୫୬ କୋଟି ଟଙ୍କା ବୋଲି ପ୍ରକାଶ କରିଛନ୍ତି।
ଏଡିଆର ରିପୋର୍ଟ ଅନୁଯାୟୀ ସାତଟି ଜାତୀୟ ଦଳ (ବିଜେପି, କଂଗ୍ରେସ, ସିପିଏମ୍, ଏନସିପି, ବିଏସପି, ଏଆଇଟିସି ଏବଂ ସିପିଆଇ)କୁ ମିଳିଥିବା ଚାନ୍ଦା ମଧ୍ୟରେ ବିଜେପି ସର୍ବାଧିକ ଚାନ୍ଦା ପାଇଛି। ଏଡିଆର ରିପୋର୍ଟ ଅନୁଯାୟୀ, ୨୦୨୦ ଆର୍ଥିକ ବର୍ଷରେ ବିଜେପି ୩୪୨୭.୭୮ କୋଟି, କଂଗ୍ରେସ ୪୬୯.୩୯ କୋଟି, ତୃଣମୂଳ କଂଗ୍ରେସ ୧୦୮.୫୫ କୋଟି, ସିପିଏମ ୯୩.୦୨ କୋଟି ଏବଂ ସିପିଆଇ ୩.୦୨ କୋଟି ଟଙ୍କା ପାଇଥିବାବେଳେ ବିଜେପି, କଂଗ୍ରେସ, ଟିଏମସି ଏବଂ ଏନସିପିକୁ ୬୨.୯୨ ପ୍ରତିଶତ (୨୯୯୩.୮୩କୋଟି) ଇଲେକଟ୍ରାଲ ବଣ୍ଡ ମାଧ୍ୟମରେ ମିଳିଛି |
The post ୨୦୨୦ ଆର୍ଥିକ ବର୍ଷରେ ରାଜନୈତିକ ଦଳଙ୍କୁ ମିଳିଛି ୩୪୦୦ କୋଟି ଟଙ୍କା ଚାନ୍ଦା first appeared on Sambad.from ରାଜନୀତି | Sambad https://ift.tt/3kyrGLB
0 Comments