
ଚଣ୍ଡିଗଡ଼: ବିବାଦୀୟ ମନ୍ତବ୍ୟ ଦେଉଥିବା ଦୁଇଜଣ ଉପଦେଷ୍ଟାଙ୍କୁ ବହିଷ୍କାର କରିବା ଲାଗି ‘ଏଆଇସିସି ପଞ୍ଜାବ’ ଦାୟିତ୍ବରେ ଥିବା ହରିଶ ରାୱତ୍ ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ୍ ସିଂହ ସିଧୁଙ୍କୁ କହିବାର କିଛି ସମୟ ପରେ ଅନ୍ୟତମ ଉପଦେଷ୍ଟା ମଲ୍ୱିନ୍ଦର ସିଂହ ମାଲି ପଦ ତ୍ୟାଗକରି ପଳାଇଛନ୍ତି।
ଗତ ସପ୍ତାହମାନଙ୍କରେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ତାଙ୍କ ସହଯୋଗୀମାନଙ୍କୁ ସମାଲୋଚନା କରି ଆସୁଥିବା ଦୁଇ ଉପଦେଷ୍ଟା ମଲ୍ୱିନ୍ଦର୍ ସିଂହ ମାଲି ଏବଂ ପ୍ୟାରେ ଲାଲ୍ ଗର୍ଗଙ୍କୁ ବହିଷ୍କାର କରିବା ଲାଗି ଦଳର ନେତା ନବଜୋତ୍ ସିଂହ ସିଧୁଙ୍କୁ ପୂର୍ବରୁ ହରିଶ ରାୱତ୍ କହିଥିଲେ।
ଶୁକ୍ରବାର ଦିନ ସିଧୁଙ୍କ ଉପଦେଷ୍ଟା ପଦବୀ ପରିତ୍ୟାଗ କରି ମଲ୍ୱିନ୍ଦର୍ ସିଂହ ମାଲି ଲେଖିଛନ୍ତି, ପଞ୍ଜାବ କଂଗ୍ରେସ ସଭାପତି ନବଜୋତ୍ ସିଂହ ସିଧୁଙ୍କୁ ପରାମର୍ଶ ଦେବାଲାଗି ଦେଇଥିବା ସମ୍ମତିକୁ ମୁଁ ପ୍ରତ୍ୟାହାର କରୁଛି।
କଶ୍ମୀର ସମସ୍ୟା ଭଳି ଗୁରୁତ୍ବପୂର୍ଣ୍ଣ ସମସ୍ୟା ଏବଂ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଏବଂ ତାଙ୍କ ସମର୍ଥକମାନଙ୍କ ସଂକ୍ରାନ୍ତରେ ଫେସ୍ବୁକ୍ରେ ପୋଷ୍ଟ୍ କରି ମଲ୍ୱିନ୍ଦର୍ ମାଲି ବିବାଦର ସୂତ୍ରପାତ କରୁଥିଲେ। ସିଧୁଙ୍କ ଉପଦେଷ୍ଟାଙ୍କ ମନ୍ତବ୍ୟଗୁଡ଼ିକୁ କ୍ୟାପ୍ଟେନ୍ ଅମରିନ୍ଦର ସିଂହ ଘୃଣ୍ୟ, ଅବିଚାରିତ ଏବଂ ଦେଶ-ବିରୋଧୀ ବୋଲି କହୁଥିଲେ।
ସିଧୁଙ୍କ ପରାମର୍ଶଦାତାମାନଙ୍କ ମନ୍ତବ୍ୟ ବିରୋଧୀ ଦଳ ‘ଶିରୋମଣି ଅକାଳି ଦଳ’ ଏବଂ ‘ବିଜେପି’କୁ ସମାଲୋଚନା ପାଇଁ ଯଥେଷ୍ଟ ଇନ୍ଧନ ଯୋଗାଉଥିଲା।
The post ବହିଷ୍କାର କରାଯିବ ବୋଲି କଂଗ୍ରେସ ଚେତାବନୀ ଦେବା ପରେ ଛାଡ଼ି ପଳାଇଲେ ସିଧୁଙ୍କ ଉପଦେଷ୍ଟା ମଲ୍ୱିନ୍ଦର୍ ସିଂହ ମାଲି first appeared on Sambad.from ରାଜନୀତି | Sambad https://ift.tt/3jnn6Ao
0 Comments