କୋରାପୁଟ: ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା ଇସ୍ତଫାପତ୍ରକୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ଗ୍ରହଣ କରନ୍ତୁ। ଯେଉଁ ପୂର୍ବତନ ବିଧାୟକ କଂଗ୍ରେସ ଦଳର ମହତ୍ବକୁ ନ ବୁଝି କିଛି ମନମାଳିନ୍ୟ ପାଇଁ ଇସ୍ତଫା ଦେଇଛନ୍ତି ତାହା ଗ୍ରହଣ ନୁହେଁ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ଉସ୍ଥପାପତ୍ରକୁ ଗ୍ରହଣ କରନ୍ତୁ ବୋଲି କୋରାପୁଟ ନଗର କଂଗ୍ରେସ କମିଟି ତରଫରୁ ଏକ ସମ୍ବାଦିକ ସମ୍ମିଳନୀ କରି ଦାବି କରାଯାଇଛି।

କୋରାପୁଟ ନଗର କଂଗ୍ରେସ କମିଟି ସଭାପତି ଜୟନ୍ତ କଚିନଙ୍କ ଅଧ୍ୟକ୍ଷତାରେ କୋରାପୁଟଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା ।ଦଶମନ୍ତପୁର ଓ ନାରାୟଣପାଟଣା ବ୍ଲକ କଂଗ୍ରେସ କମିଟିର ସଭାପତି ପଦ ନିମନ୍ତେ ଯେଉଁ ଚୟନ କରାଯାଇଥିଲା ତାହା ସଂପୂର୍ଣ୍ଣ ନିୟମାନୁସାରେ ହୋଇଥିବା ଜୟନ୍ତ କଚିନ ସୂଚନା ଦେଇଛନ୍ତି ।

ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଚୟନ କରାଯାଇଥିଲା ଓ ଚୟନ ପ୍ରକ୍ରିୟାର ସମସ୍ତ ତଥ୍ୟ ରଖାଯାଇଥିବା ସେ ପ୍ରକାଶ କରିଛନ୍ତି ।ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ଶ୍ରୀ କୁଲେସିକା ଚୟନ ପ୍ରକ୍ରିୟାକୁ ନେଇ ଜିଲ୍ଲା ସଭାନେତ୍ରୀଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ କରିଛନ୍ତି ତାହା ମିଥ୍ୟା ଓ ଭିତିହୀନ ବୋଲି ସେ ପ୍ରକାଶ କରିଛନ୍ତି । କଂଗ୍ରେସ ଦଳରେ ରହି ଜିଲ୍ଲା ସଭାନେତ୍ରୀଙ୍କ ବିରୁଦ୍ଧରେ ଯେଉଁଭଳି ସେ ମିଥ୍ୟା ଅଭିଯୋଗ କରିଛନ୍ତି ଏହାଦ୍ୱାରା କଂଗ୍ରେସ କର୍ମିମାନେ ଅସନ୍ତୋଷ ବ୍ୟକ୍ତ କରିଥିବା ସେ ସୂଚନା ଦେଇଛନ୍ତି । ତେଣୁ ତାଙ୍କର ଇସ୍ତାଫା ପତ୍ରକୁ ପିସିସି ସଭାପତି ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି, ଭବାନୀ ଶଙ୍କର ମିଶ୍ର ଓ ବିଜୟ କୁମାର ରାଓ ପ୍ରମୁଖ ଉପସ୍ଥିତ ଥିଲେ।

The post ପୂର୍ବତନ ବିଧାୟକଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରନ୍ତୁ ପିସିସି ସଭାପତି: ନଗର କଂଗ୍ରେସ କମିଟି first appeared on Sambad.

from ରାଜନୀତି | Sambad https://ift.tt/3z94adU