ଭୁବନେଶ୍ବର : ରାଜ୍ୟରେ ପୌର ନିର୍ବାଚନ କେବେ ହେବ ତାହା ସ୍ଥିର ହୋଇନି। ହେଲେ ସବୁ ପୌରାଞ୍ଚଳରେ ଯେପରି ସଂଗଠନ ସୁଦୃଢ ହେବ ସେନେଇ ବିଜେପି ଆଜି ପୌରାଞ୍ଚଳ କମିଟି ଘୋଷଣା କରିଛି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ କେ.ଭି ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପୌରାଞ୍ଚଳ କମିଟି ଗଠନ କରାଯାଇଛି। ଏଥିରେ ୧୭ଜଣ ସଦସ୍ୟ ରହିଥିବାବେଳେ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ରାଜ୍ୟ ସଂଯୋଜକ ଦାୟିତ୍ବ ଦିଆଯାଇଛି।

ଏଥିରେ କେ.ଭି ସିଂହଦେଓଙ୍କୁ ବଲାଙ୍ଗୀର, ସୋନପୁର, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲା ଦାୟିତ୍ବ ଦିଆଯାଇଛି। କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ବାରିପଦା ଓ ରାଇରଙ୍ଗପୁର, ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଭୁବନେଶ୍ବର ଓ ଖୋର୍ଦ୍ଧା, ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଦେବଗଡ଼ ଓ ସମ୍ବଲପୁର, ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ପୁରୀ, ବରିଷ୍ଠ ନେତା ନୟନ କିଶୋର ମହାନ୍ତି, ସମୀର ଦେ ଓ ବିନୋଦ ଦାସଙ୍କୁ କଟକ ସହର, ଜୀବନ ପ୍ରଦୀପ ଦାସଙ୍କୁ ବାଲେଶ୍ବର ଓ ଭଦ୍ରକ, ପ୍ରକାଶ ବେହେରାଙ୍କୁ କଟକ ସଦର, ନିହାର ରାୟଙ୍କୁ ପାନପୋଷ, ସୁନିଲ ଶର୍ମାଙ୍କୁ ଅନୁଗୁଳ ଓ ଢେଙ୍କାନାଳ, ଉର୍ମିଳା ମହାପାତ୍ରଙ୍କୁ ବୌଦ୍ଧ, କନ୍ଧମାଳ ଓ ନୟାଗଡ଼, ଦିଲୀପ ମହାନ୍ତି ଓ ତିରୁପତି ନାୟକଙ୍କୁ ଗଜପତି, ଗଞ୍ଜାମ ଓ ଘୁମୁସୁର, ନୟନ କିଶୋର ମହାନ୍ତିଙ୍କୁ କେନ୍ଦ୍ରାପଡ଼ା, ଜଗନ୍ନାଥ ପ୍ରଧାନଙ୍କୁ ଜଗତସିଂହପୁର ଓ ଯାଜପୁର, ସୀମାଞ୍ଚଳ ଖଟେଇଙ୍କୁ କଳାହାଣ୍ଡି, ନୂଆପଡ଼ା, ବରଗଡ଼, ଦିଲୀପ ମିଶ୍ରଙ୍କୁ କେନ୍ଦୁଝର, ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ପ୍ରଭାରୀ ଦାୟିତ୍ବ ଦିଆଯାଇଛି।

The post ପୌରାଞ୍ଚଳରେ ସଂଗଠନ ସୁଦୃଢ କରିବାକୁ ବି‌ଜେପିର ପ୍ରସ୍ତୁତି: ରାଜ୍ୟସ୍ତରୀୟ ପୌରାଞ୍ଚଳ କମିଟି ଘୋଷଣା first appeared on Sambad.

from ରାଜନୀତି | Sambad https://ift.tt/3BTWr5K