
ବେଙ୍ଗାଲୁରୁ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇଙ୍କ ପାଇଁ ଆରମ୍ଭରୁ ଚ୍ୟାଲେଂଜ ସୃଷ୍ଟି ହୋଇଛି। ପାର୍ଟି ହାଇକମାଣ୍ଡ୍ଙ୍କୁ ଭେଟିବାପରେ ବୋମାଇ କ୍ୟାବିନେଟ୍ ସମ୍ପ୍ରସାରଣ ସଂକ୍ରାନ୍ତ ନିଷ୍ପତ୍ତି ନେବେ ବୋଲି କହିବାରୁ ଏବେ ରାଜ୍ୟ ବିଜେପିରେ ବିଭିନ୍ନ ଗୋଷ୍ଠୀ ମନ୍ତ୍ରୀ ପଦ ପାଇଁ ଦାବି ଆରମ୍ଭ କରିଦେଇଛନ୍ତି। ବୋମାଇଙ୍କ ଉପରେ ୫ ଟି ଗୋଷ୍ଠୀରୁ ଚାପ ପଡ଼ୁଛି। ବର୍ଷବର୍ଷ ଧରି ବିଜେପିର ଯେଉଁ ବିଶ୍ବସ୍ତ ନେତାମାନେ ମନ୍ତ୍ରୀପଦ ପାଇଁ ଅପେକ୍ଷା କରି ରହିଛନ୍ତି ସେମାନେ ମନ୍ତ୍ରିପଦ ଚାହିଛନ୍ତି। ଏଥିସହ ବିଏସ୍ ୟେଦୁରପ୍ପାଙ୍କ ଘନିଷ୍ଠ ସହଯୋଗୀ ଏବଂ ସମାଲୋଚକ ଏବଂ ୨୦୧୯ରେ ସରକାର ଗଠନ କରିବାରେ ଦଳକୁ ସାହାଯ୍ୟ କରିବାପାଇଁ ଅନ୍ୟ ଦଳ ଛାଡ଼ି ଚାଲି ଆସିଥିବା ନେତା ମଧ୍ୟ ମନ୍ତ୍ରୀପଦ ଚାହିଛନ୍ତି। ସେହିପରି ପୂର୍ବ ସରକାରର ବରିଷ୍ଠ ନେତାମାନେ ମଧ୍ୟ ମନ୍ତ୍ରୀପଦ ଚାହିଛନ୍ତି।
ଅନ୍ୟପକ୍ଷେ ବିଜେପି ନେତୃବୃନ୍ଦ ଚଳିତଥର ଯୁବଗୋଷ୍ଠୀଙ୍କୁ ସୁଯୋଗ ଦେବାପାଇଁ ଲକ୍ଷ୍ୟ ରଖିଛନ୍ତି। ବୋମାଇ ପ୍ରଥମେ ତାଙ୍କ କ୍ୟାବିନେଟ୍ରେ ଏହି ସଦସ୍ୟମାନଙ୍କୁ ସମ୍ପୃକ୍ତ କରିବେ ବୋଲି କୁହାଯାଉଛି। ତେବେ ଯଦି ନୂଆ ମୁହଁକୁ ସୁଯୋଗ ମିଳେ ତେବେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦିଆଯିବ। କ୍ୟାବିନେଟ୍ରେ ୩୪ ବିଧାୟକ ସାମିଲ ହେବେ। ୧୧୯ ବିଜେପି ବିଧାୟକଙ୍କ ମଧ୍ୟରୁ ମାତ୍ର ୩୪ ଜଣଙ୍କୁ ବାଛିବା ଏକ ଚ୍ୟାଲେଞ୍ଜିଂ କାର୍ଯ୍ୟ। ଯଦି ବୋମାଇ ଯୁବଗୋଷ୍ଠୀଙ୍କୁ ବାଛିବେ ତେବେ ତାଙ୍କୁ ବରିଷ୍ଠ ନେତାଙ୍କୁ ବାଦ୍ ଦେବାକୁ ପଡ଼ିବ।
The post ଆରମ୍ଭରୁ ଅଡ଼ୁଆରେ ବସବରାଜ first appeared on Sambad.from ରାଜନୀତି | Sambad https://ift.tt/3BYlEf6
0 Comments