ଜୟପୁର: ରାଜସ୍ଥାନ କ୍ୟାବିନେଟ୍‌ ପୁନଃବ୍ୟବସ୍ଥାପନ କରିବା ପୂର୍ବରୁ ରବିବାର ଦିନ କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏବଂ ରାଜସ୍ଥାନ ୟୁନିଟ୍‌ର ନିର୍ବାହୀ ଅ‌ଜୟ ମାକେନ୍ ଦଳର ବିଧାୟକ ଏବଂ ପ୍ରଦେଶ କଂଗ୍ରେସ କମିଟିର ସଦସ୍ୟମାନଙ୍କୁ ଭେଟିଛନ୍ତି। ଜୁଲାଇ ୨୮ ତାରିଖ ଦିନ କ୍ୟାବିନେଟ୍‌ ସମ୍ପ୍ରସାରଣ ସମ୍ଭାବନା ଥିବାରୁ ଜୟପୁରରେ ରହିବା ଲାଗି ବିଧାୟକମାନଙ୍କୁ ନିର୍ଦେଶ ଦିଆଯାଇଛି।

ଦିଲ୍ଲୀ ଯିବା ଆଗରୁ କେସି ବେଣୁଗୋପାଳ ଏବଂ ଅଜୟ ମାକେନ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କୁ ଭେଟିବେ।

Image Courtesy of India Today

ରବିବାର ଦିନ କଂଗ୍ରେସ ଦଳର ବିଧାୟକମାନଙ୍କର ବୈଠକ ଡାକିବ ବୋଲି ପୂର୍ବରୁ ରିପୋର୍ଟ କରାଯାଇଥିଲା। କିନ୍ତୁ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କୁ ବୈଠକକୁ ଡକା ନ ଯିବାରୁ ହଟ୍ଟଗୋଳ ହୋଇଥିଲା। ଫଳରେ କଂଗ୍ରେସ ୟୁନିଟ୍‌ର ମୁଖ୍ୟ ଗୋବିନ୍ଦ ସିଂହ ଦୋତସାରା ସ୍ପଷ୍ଟ କଲେ ଯେ, ବିଧାୟକମାନଙ୍କ ବୈଠକ ସକାଶେ କୌଣସି ଆନୁଷ୍ଠାନିକ କାର୍ଯ୍ୟସୂଚୀ ହୋଇ ନାହିଁ। କେବଳ କେସି ବେଣୁଗୋପାଳ ଏବଂ ଅଜୟ ମାକେନଙ୍କୁ ସ୍ବାଗତ କରିବା ଲାଗି ବିଧାୟକମାନଙ୍କୁ ଡକାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ରାଜ୍ୟ କ୍ୟାବିନେଟ୍‌ ସମ୍ପ୍ରସାରଣ କରାଇବାରେ ଦଳର ହାଇକମାଣ୍ଡ୍‌ ଦିନ ଗଡ଼ାଇ ଚାଲିଥିବାରୁ ସଚିନ ପାଇଲଟ୍‌ଙ୍କ ମାର୍ଗଦର୍ଶନରେ ଥିବା କଂଗ୍ରେସର ବିଧାୟକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସମ୍ଭାବ୍ୟ କ୍ୟାବିନେଟ୍‌ ଅଦଳବଦଳ ପୂର୍ବରୁ ସଚିନ ପାଇଲଟ୍‌ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ମଧ୍ୟରେ ବାକ୍‌ବିତଣ୍ଡା ଚାଲିଛି।

The post ଜୁଲାଇ ୨୮ରେ ରାଜସ୍ଥାନ କ୍ୟାବିନେଟ୍ ସମ୍ପ୍ରସାରଣ ସମ୍ଭାବନା; ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କୁ ଭେଟିବେ କଂଗ୍ରେସ ନେତା first appeared on Sambad.

from ରାଜନୀତି | Sambad https://ift.tt/3x58hX5