ଭୁବନେଶ୍ବର:  ଟିକାକୁ ନେଇ ଜୋର ଧରିଲା ବିଜେଡି – ବିଜେପି କଳି। ଗତକାଲି ବିଜେଡି ସାଂସଦ ଅମର ପଟ୍ଟନାୟକ କହିଥିଲେ ଡବ୍ଲୁଏଚଓର ଅନୁମୋଦନ ନଥିବାରୁ ବିଦେଶକୁ ଯାଇପାରୁନାହାନ୍ତି କୋଭାକ୍ସିନ ନେଇଥିବା ଓଡ଼ିଶାର ଛାତ୍ରଛାତ୍ରୀ । କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ଏଦିଗରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଥିଲେ।

ତେବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ଏହି ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି। ସାଂସଦ ଜନବିରୋଧୀ, ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।

କେବଳ ଲୋକଙ୍କୁ ଟିକା ନ ନେବା ପାଇଁ ପ୍ରଭାବିତ କରିବା ଓ ଭୟ ସୃଷ୍ଟି କରିବା ପାଇଁ ଏହି ମନ୍ତବ୍ୟ ଦିଆଯାଇଛି ବୋଲି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଟିକା ନେଇ ବିଦେଶୀ ଯିବା ସର୍ତ୍ତ ଡ଼ବ୍ଲୁଏଚଓ ରଖିନଥିବା ସେ ଦୃଢ଼ୋକ୍ତି କରିଛନ୍ତି।

 

The post ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କ ମନ୍ତବ୍ୟ ଦୁର୍ଭାଗ୍ୟଜନକ: ଲେଖାଶ୍ରୀ ସାମନ୍ତସିଂହାର first appeared on Sambad.

from ରାଜନୀତି | Sambad https://ift.tt/2SWIsdj