
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ରାଜନୀତି ଏବେ ଚଳଚଞ୍ଚଳ ହେବାରେ ଲାଗିଛି। ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ମୋଦୀଙ୍କ ସରକାରୀ ବାସଭବନରେ ଆଜି ସକାଳେ ଯୋଗୀ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପ୍ରାୟ ୮୦ ମିନିଟ୍ ଧରି ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଯୋଗୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି।
କଂଗ୍ରେସର ବରିଷ୍ଠ ନେତା ଜିତିନ ପ୍ରସାଦ ବିଜେପିରେ ମିଶିବା ପରଦିନ ଯୋଗୀ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଆସି ରାଷ୍ଟ୍ରୀୟ ନେତାମାନଙ୍କୁ ଭେଟୁଛନ୍ତି। ଦିଲ୍ଲୀରେ ଯୋଗୀଙ୍କୁ ମଧ୍ୟ ଜିତିନ ଭେଟିଛନ୍ତି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଆସନ୍ତାବର୍ଷ ହେବ। ଏହାପୂର୍ବରୁ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତିରେ ପରିବର୍ତ୍ତନ ପାଇଁ ଖୁବଶୀଘ୍ର ଯୋଗୀ ସରକାରରେ ଅଦଳବଦଳ ନେଇ ଚର୍ଚ୍ଚା ହେଉଛି। ଯୋଗୀଙ୍କ କ୍ୟାବିନେଟ୍ରେ ଜିତିନଙ୍କୁ ସାମିଲ କରାଯିବାକୁ ଯୋଜନା ହେଉଥିବା କେତେକ ସୂତ୍ରରୁ ଜଣାପଡ଼ିଛି।
The post ଉତ୍ତର ପ୍ରଦେଶ ରାଜନୀତି ଚଳଚଞ୍ଚଳ; ମୋଦୀଙ୍କୁ ଭେଟିଲେ ଯୋଗୀ, ଜିତିନ ପ୍ରସାଦ ରାଜ୍ୟ କ୍ୟାବିନେଟ୍ରେ ସାମିଲ ହୋଇପାରନ୍ତି first appeared on Sambad.from ରାଜନୀତି | Sambad https://ift.tt/2ToZhhm
0 Comments