ନୂଆଦିଲ୍ଲୀ: ଆଗାମୀ ବର୍ଷ (୨୦୨୨) ହେବାକୁ ଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ନିମନ୍ତେ ମାୟାବତୀଙ୍କ ନେତୃତ୍ବାଧୀନ ବହୁଜନ ସମାଜ ପାର୍ଟି (ବିଏସ୍ପି) ସହ ମେଣ୍ଟ କରିବା ଲାଗି ଗ୍ରହଣ କରିଥିବା ନିଷ୍ପତ୍ତି କଥା ଆଜି ‘ଶିରୋମଣି ଅକାଳୀ ଦଳ’ (ଏସ୍ଏଡି) ଘୋଷଣା କରିଛି।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନକୁ ବିରୋଧ କରି ଗତବର୍ଷ ‘ଏସ୍ଏଡି’ ‘ବିଜେପି’ ସହ କରିଥିବା ମେଣ୍ଟରୁ ଓହରି ଆସିଥିଲା।
‘ବିଏସ୍ପି’ ସହ ମେଣ୍ଟ କରିବା ଲାଗି ‘ଏସ୍ଏଡି’ର କୋର୍ କମିଟି ବୈଠକରେ ସ୍ଥିର କରାଯାଇଥିଲା। ମେଣ୍ଟ ଆସନ ବୁଝାମଣା ଅନୁସାରେ, ପଞ୍ଜାବ ବିଧାନସଭା ନିର୍ବାଚନରେ ମାୟାବତୀଙ୍କ ନେତୃତ୍ବାଧୀନ ‘ବିଏସ୍ପି’ କର୍ତାରପୁର, ପଶ୍ଚିମ ଜଳନ୍ଧର, ଉତ୍ତର ଜଳନ୍ଧର, ଉତ୍ତର ଲୁଧିଆନା, ପଠାଣକୋଟ, କେନ୍ଦ୍ରୀୟ ଅମୃତସର, ଉତ୍ତର ଅମୃତସର, ଫାଗୱାରା, ହୋସିଆର୍ପୁର ସହର, ତଣ୍ଡା, ଦସୁୟା, ଚମକୌର ସାହିବ, ବାସି ପଟହନା, ମେହଲ କଲାଣ, ନୱାନସାହାର, ସୁଜନପୁର, ଭୋଆ, ଆନନ୍ଦପୁର ସାହିବ ଏବଂ ପାୟଲ୍ ଆଦି ୨୦ରୁ ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବ।
୨୭ ବର୍ଷ ପରେ ପୁଣି ଅକାଳୀ ଦଳ ଓ ବହୁଜନ ସମାଜ ପାର୍ଟି ଏକତ୍ର ହେଉଛନ୍ତି। ୧୯୯୬ ଲୋକସଭା ନିର୍ବାଚନରେ ଉଭୟ ଦଳର ମେଣ୍ଟ ପଞ୍ଜାବର୧୩ଟି ଲୋକସଭା ଆସନରୁ ୧୧ଟି ଅକ୍ତିଆର କରିଥିଲା।
ଆଜିର ନିଷ୍ପତ୍ତି ପ୍ରସଙ୍ଗରେ ଘୋଷଣା କରି ‘ଏସ୍ଏଡି’ର ଅଧ୍ୟକ୍ଷ ସୁଖବୀର ସିଂହ ବାଦଲ କହିଛନ୍ତି, ଉଭୟ ଦଳର ନିବିଡ଼ତା ଥିଲା ‘ପଞ୍ଜାବ ରାଜନୀତିରେ ଗୋଟାଏ ନୂତନ ଦିବସ’।
The post ପଞ୍ଜାବ ବିଧାନସଭା ନିର୍ବାଚନ ନିମନ୍ତେ ‘ବିଏସ୍ପି’ ସହ ମେଣ୍ଟ ଘୋଷଣା କଲେ ଅକାଳୀ ଦଳର ବାଦଲ first appeared on Sambad.from ରାଜନୀତି | Sambad https://ift.tt/2TROaNY
0 Comments