
ପାଟନା: ଲୋକ ଜନଶକ୍ତି ପାର୍ଟି ଦୁଇ ଭାଗରେ ବିଭକ୍ତ ହେବା ପରେ ଚିରାଗ ପାସୱାନ ଏବଂ ମାମୁଁ ପଶୁପତି ପରାସଙ୍କ ମଧ୍ୟରେ କ୍ରମାଗତ କଳହ ଲାଗି ରହିଛି। ଏହି ସମୟରେ ବର୍ତ୍ତମାନ ଚିରାଗ ପାସୱାନ ଗଣମାଧ୍ୟମ ଆଗରେ ନିଜର ଦୁଃଖ କାହାଣୀ ବଖାଣିଛନ୍ତି । ଚିରାଗ କହିଛନ୍ତି ଯେ, ‘ମୋ ପରିବାରର ଲୋକମାନେ ମୋ ଦଳକୁ ଭାଙ୍ଗିବା କାମ କରିଛନ୍ତି, ବର୍ତ୍ତମାନ ମୋତେ ମୋର ପାର୍ଟିକୁ ଶୂନ୍ୟରୁ ଉପରକୁ ନେବାକୁ ପଡିବ, ଯେଉଁଠାକୁ ବାପା ସବୁବେଳେ ନେବାକୁ ଚାହୁଁଥିଲେ। ମୁଁ ଆରମ୍ଭରୁ ସ୍ପଷ୍ଟ କରିଥିଲି ଯେ ମୋର ଦଳର ଗଠବନ୍ଧନ ବିଜେପି ସହିତ ଅଛି ଏବଂ ମୁଁ ଆଜି ପର୍ଯ୍ୟନ୍ତ ବିଜେପି ସହିତ ଛିଡା ହୋଇଛି। ମୁଁ ବିଜେପିର ପ୍ରତ୍ୟେକ ନୀତିଗତ ନିଷ୍ପତ୍ତିକୁ ସମର୍ଥନ କରିଛି କିନ୍ତୁ ନୀତିଶ ଜୀ ତାଙ୍କର ପ୍ରତ୍ୟେକ ନିଷ୍ପତ୍ତିକୁ ବିରୋଧ କରିଛନ୍ତି।
ଆଗାମୀ ଦିନରେ ବିଜେପି ମୋତେ କିମ୍ବା ନୀତିଶଙ୍କୁ ସମର୍ଥନ କରୁଛନ୍ତି କି ନାହିଁ, ସେହି ନିଷ୍ପତ୍ତି ବିଜେପିକୁ ଗ୍ରହଣ କରିବାକୁ ପଡିବ। ହନୁମାନଙ୍କ ପରି ମୁଁ ମଧ୍ୟ ପ୍ରତ୍ୟେକ କଷ୍ଟଦାୟକ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରିଥିଲି, ଯେତେବେଳେ ହନୁମାନଙ୍କୁ ରାଜନୈତିକ ସ୍ତରରେ ହତ୍ୟା କରିବା ପାଇଁ ଉଦ୍ୟମ ଚାଲିଛି, ମୁଁ ବିଶ୍ୱାସ କରେ ଏପରି ପରିସ୍ଥିତି ରାମ ନୀରବରେ ଦେଖିବେ ନାହିଁ’ |
ସେ କହିଛନ୍ତି ଯେ, ‘ମୋର ଆଶା ଅକ୍ଷୁର୍ଣ୍ଣ ରହିଛି, ଆଜି ନହେଲେ ବି ଆସନ୍ତାକାଲି ମୁଁ ନିଶ୍ଚିତ ଭାବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇବି। ତେବେ ଅନେକ ବିଜେପି ନେତାଙ୍କ ନିରବତା ମୋତେ ଦୁଃଖ ଦେଉଛି | ସେହିପରି ମୋ ବାପା ଏବଂ ଲାଲୁ ଜୀ ସର୍ବଦା ଘନିଷ୍ଠ ବନ୍ଧୁ ଥିଲେ | ଆରଜେଡି ନେତା ତେଜସ୍ୱୀ ଯାଦବ ଏବଂ ମୁଁ ପିଲାଦିନରୁ ପରସ୍ପରକୁ ଜାଣିଛୁ, ଆମର ଘନିଷ୍ଠ ବନ୍ଧୁତା ଅଛି, ସେ ମୋର ସାନ ଭାଇ’ |
The post ମୁଁ ହନୁମାନ, ମୋଦୀ ରାମ: ହନୁମାନଙ୍କ ଅବସ୍ଥା ଦେଖି ଚୁପ ରହିବେନି ରାମ; ଚିରାଗ first appeared on Sambad.from ରାଜନୀତି | Sambad https://ift.tt/3dg7mvV
0 Comments