
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ବିଜେପି ତାହାର ପ୍ରସ୍ତୁତି ପୂରାଦମ୍ରେ ଆରମ୍ଭ କରିଦେଇଛି। ସରକାରଙ୍କ ଭାବମୂର୍ତ୍ତିକୁ ବଦଳାଇବା ଏବଂ ଦଳକୁ ମଜଭୁତ କରିବା ପାଇଁ ଉଦ୍ୟମ ଚାଲିଛି। ମାସକ ମଧ୍ୟରେ ବିଜେପି ସାଧାରଣ ସଂପାଦକ ବି ଏଲ୍ ସନ୍ତୋଷ ଦୁଇ ଦୁଇ ଥର ଲକ୍ଷ୍ନୌ ଗସ୍ତରେ ଯିବା ୟୁପି ରାଜନୀତିକୁ ଚଳଚଞ୍ଚଳ କରିଦେଇଛି। ପୂର୍ବରୁ ଗତ ମାସ ୩୧ ତାରିଖରୁ ଚଳିତମାସ ୨ ତାରିଖ ପର୍ଯ୍ୟନ୍ତ ସନ୍ତୋଷ ଲକ୍ଷ୍ନୌ ଯାଇ ସମୀକ୍ଷା କରି ସାରିଥିବାବେଳେ ଆସନ୍ତା ୨୧ ତାରିଖରେ ପୁଣି ଦୁଇଦିନିଆ ଗସ୍ତରେ ଲକ୍ଷ୍ନୌରେ ପହଞ୍ଚିବେ। ତେବେ କମ୍ଦିନ ଭିତରେ ବିଜେପି ସାଧାରଣ ସଂପାଦକ ଦ୍ବିତୀୟ ଥର ପାଇଁ ଲକ୍ଷ୍ନୌ ଗସ୍ତରେ ଯାଉଥିବାରୁ ୟୁପିର ବିଜେପି ରାଜନୀତିରେ କିଛି ବଡ଼ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଉଛି।
The post ୟୁପିରେ ବିଜେପିର ନିର୍ବାଚନୀ ପ୍ରସ୍ତୁତି, ୨୧ରେ ପୁଣି ଲକ୍ଷ୍ନୌ ଯିବେ ବି ଏଲ୍ ସନ୍ତୋଷ first appeared on Sambad.from ରାଜନୀତି | Sambad https://ift.tt/3xxdho2
0 Comments