ନୂଆଦିଲ୍ଲୀ: ଦେଶରେ ସମସ୍ତ ପ୍ରକାର ପ୍ରଚାର ରାଲି, ପଦଯାତ୍ରା ଓ ରୋଡ ସୋ-କରିବା ମନା । ପ୍ରଚାର ବେଳେ ବିଭିନ୍ନ ରାଜନୈତିକ ଦଳ କୋଭିଡ କଟକଣା ନମାନିବାରୁ ନିର୍ବାଚନ କମିସନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଦେଶରେ ଏଣିକି ସାଇକେଲ ରାଲି, ପଦଯାତ୍ରା ଓ ବାଇକ ରାଲିକୁ ଅନୁମତି ଦିଆଯିବ ନାହିଁ । ପୂର୍ବରୁ ଏ ନେଇ ଅନୁମତି ଥିଲେ ବି ଏହାକୁ ବାତିଲ କରିଛନ୍ତି ନିର୍ବାଚନ କମିଶନ । କୌଣସି ରାଜନୈତିକ ସଭାରେ ୫ ଶହରୁ ଅଧିକ ଲୋକଙ୍କ ସମାଗମ ହୋଇପାରିବ ନାହିଁ ।

ଦେଶର ବିଭିନ୍ନ ସ୍ଥାନରେ ରାଜନୈତିକ ଦଳଗୁଡିକ କୋଭିଡ ନିୟମ ପାଳନ କରୁନଥିବାରୁ କମିଶନ କ୍ଷୋଭ ପ୍ରକାଶ କରିଛନ୍ତି । ପଶ୍ଚିମବଙ୍ଗରେ ବର୍ତମାନ ବିଧାନସଭା ନିର୍ବାଚନ ଚାଲିଛି । ଆଉ ଏହି ସମୟରେ ସମସ୍ତ ଦଳ କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବାରୁ କରୋନା ବ୍ୟାପୁଥିବା ଜଣାପଡିଛି । କରୋନାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଆସନ୍ତାକାଲିଠାରୁ ସମସ୍ତ ରାଲିକୁ ରଦ୍ଦ କରିଛନ୍ତି । ପୂର୍ବରୁ ରାହୁଲ ଗାନ୍ଧି ବି ସମସ୍ତ ସଭାକୁ ରଦ୍ଦ କରିଥିଲେ ।

The post ନିର୍ବାଚନ ରାଲିକୁ ନେଇ ନିର୍ବାଚନ କମିସନଙ୍କ କଡା ଆଭିମୁଖ୍ୟ; ସାଇକେଲ, ବାଇକ ଶୋଭାଯାତ୍ରା ଉପରେ ଲଗାଇଲେ ରୋକ first appeared on Sambad.

from ରାଜନୀତି | Sambad https://ift.tt/2QOsEZ0