
ହାରିବା ଭୟରେ ଦିଦିଙ୍କ ବିରକ୍ତି ବଢ଼ିଛି: ମୋଦୀ
ବିଜେପି ବିଭାଜନକାରୀ ରାଜନୀତି କରୁଛି: ମମତା
କୋଲକାତା : ପଶ୍ଚିମବଂଗରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପୂର୍ବରୁ ଆଜି ବିଜେପି ଏବଂ ଟିଏମ୍ସି ପକ୍ଷରୁ ଜୋର୍ଦାର ପ୍ରଚାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ହୁଗୁଳି ଜିଲ୍ଲାରେ ମୁହାଁମୁହିଁ ହୋଇଛନ୍ତି। ମାତ୍ର ଦେଢ଼ ଘଣ୍ଟା ବ୍ୟବଧାନରେ ମୋଦୀ ଏବଂ ମମତାଙ୍କ ରୢାଲି ଭିନ୍ନ ଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଛି। ରାଜ୍ୟରେ ଏଥର ନିର୍ବାଚନରେ ‘ଖେଳ ହେବ’ ବୋଲି ମମତା ବିଭିନ୍ନ ନିର୍ବାଚନୀ ସଭାରେ କହୁଥିବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ସହ ଖେଳୁଥିବା ନେତାଙ୍କର ଏଥର ଖେଳ ଶେଷ ହୋଇଯିବ। ଯେଉଁ ଖେଳାଳିମାନେ ବାରମ୍ବାର ଅମ୍ପାୟାରଙ୍କ ଉପରେ ଦୋଷ ଲଦୁଛନ୍ତି, ସେମାନଙ୍କ ଖେଳ ଶେଷ ହୋଇଯାଇଛି ବୋଲି ଜାଣିବାକୁ ହେବ ବୋଲି ତାରକେଶ୍ବରରେ ଅନୁଷ୍ଠିତ ରୢାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି। ‘ଦିଦି ଏବେ ହାରିବା ଭୟରେ ଭିଷଣ ବିରକ୍ତି ପ୍ରକାଶ କରୁଛନ୍ତି। ନନ୍ଦୀଗ୍ରାମ ଛାଡ଼ି ଦିଦି ଏବେ ବାରଣାସୀ କଥା ଚିନ୍ତା କରୁଛନ୍ତି। ବାରଣାସୀରେ ଦିଦିଙ୍କୁ କେହି ବାହାରି ବୋଲି କହିବେ ନାହିଁ। ତେବେ ସେଠାରେ ତାଙ୍କୁ ଜୟଶ୍ରୀରାମ କହୁଥିବା ଏବଂ ଚିଚାତିଳକ ଧାରଣ କରିଥିବା ବହୁତ ଲୋକଙ୍କୁ ସାମ୍ନା କରିବାକୁ ହେବ ବୋଲି ମୋଦୀ କହିଥିଲେ। ବିଜେପି ସରକାର ରାଜ୍ୟରେ କ୍ଷମତାକୁ ଆସିଲେ ଏହାର ପ୍ରଥମ କାମ କୃଷକଙ୍କ ସ୍ବାର୍ଥ ରକ୍ଷା ଦିଗରେ ହେବ। ପ୍ରଥମ କ୍ୟାବିନେଟ୍ରେ ହିଁ ପଶ୍ଚିମବଂଗରେ ପିଏମ୍ କିଷାନ ସମ୍ମାନ ନିଧି ଲାଗୁ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦିଦିଙ୍କ ୧୦ ବର୍ଷର ରିପୋର୍ଟ କାର୍ଡରେ ରାଜ୍ୟର ଶିଳ୍ପ ବିକାଶ ସମ୍ଭାବନା ବନ୍ଦ ହୋଇଯାଇଛି। ବ୍ୟବସାୟ, ନିବେଶ ଏବଂ ନିଯୁକ୍ତିର ରାସ୍ତାକୁ ବନ୍ଦ କରି ରାଜ୍ୟର ଆର୍ଥିକ ବିକାଶରେ ବାଧା ସୃଷ୍ଟି କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ମମତା ତାଙ୍କ ରୢାଲିରେ କହିଛନ୍ତି ଯେ ବିଜେପି ପଶ୍ଚିମବଂଗରେ ବିଭାଜନ ଚାହୁଛି। ରାଜ୍ୟର ଭାଷା, ସଂସ୍କୃତିକୁ ସେମାନେ ନଷ୍ଟ କରିଦେବାକୁ ଚାହୁଛନ୍ତି। ହ୍ବିଲ୍ଚେୟାରରେ ବସି ମମତା କହିଥିଲେ ଯେ ହିନ୍ଦୁ ଭୋଟର୍ମାନେ ସେମାନଙ୍କ ଭୋଟ୍ରେ ବିଭାଜନ ହେବାକୁ ନଦେବା ପାଇଁ ମୁଁ ଅନୁରୋଧ କରୁଛି। ବିଜେପିର ସାଂପ୍ରଦାୟିକ ରାଜନୀତିକୁ ପ୍ରତ୍ୟାଖ୍ୟାନ କରି ଲୋକେ ଟିଏମ୍ସିକୁ ପୁଣି ଥରେ କ୍ଷମତାକୁ ଆଣିବ ବୋଲି ମମତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
The post ହୁଗୁଳିରେ ମୋଦୀ-ମମତା ମୁହାଁମୁହିଁ first appeared on Sambad.from ରାଜନୀତି | Sambad https://ift.tt/3cOvuWx
0 Comments