
ଚେନ୍ନାଇ : ତାମିଲନାଡ଼ୁରେ ଆସନ୍ତା ୬ ତାରିଖରେ ନିର୍ବାଚନ ଥିବାବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଚେନ୍ନାଇରେ ବିଶାଳ ରୋଡ୍ସୋ’ କରିଛନ୍ତି। ବିଜେପି ପ୍ରାର୍ଥୀ ଖୁସ୍ବୁ ସୁନ୍ଦର ଏବଂ ଅନ୍ୟ ଡିଏମ୍କେ ପ୍ରାର୍ଥୀଙ୍କ ପାଇଁ ସେ ପ୍ରଚାର କରିଛନ୍ତି। ଗତବର୍ଷ ଖୁସ୍ବୁ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ବିଜେପି ସମର୍ଥକମାନେ ଆଜି ଶାହଙ୍କ ରୢାଲିରେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ସହ ଏକ ଖୋଲା ଭ୍ୟାନ୍ରେ ରୋଡ୍ସୋ’ କରିଛନ୍ତି। ବିଜେପି ଅଭିନେତାରୁ ରାଜନେତା ବନିଥିବା ଖୁସ୍ବୁଙ୍କୁ ଥାଉଜାଣ୍ଡ୍ ଲାଇଟ୍ସ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଛି। ଉଲ୍ଲେଖଯୋଗ୍ୟ ତାମିଲନାଡ଼ୁରେ ୨୩୪ ଆସନରେ ଆଗାମୀ ୬ ତାରିଖରେ ଭୋଟ୍ ଗ୍ରହଣ ହେବ ଏବଂ ମେ’ ୨ରେ ଫଳାଫଳ ପ୍ରକାଶ ପାଇବ।
The post ଚେନ୍ନାଇରେ ଶାହଙ୍କ ରୋଡ୍ସୋ’ first appeared on Sambad.from ରାଜନୀତି | Sambad https://ift.tt/3wpMTww
0 Comments