ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର କାଳରେ ଅତ୍ୟଧିକ ଉତ୍ତେଜକ ତଥା ଉତ୍ତେଜନାମୂଳକ ମନ୍ତବ୍ୟ ଦେବା ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି କାରଣ ପାଇଁ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷଙ୍କ ନିର୍ବାଚନ ପ୍ରଚାର ଉପରେ ଆଜି (ଗୁରୁବାର) ସନ୍ଧ୍ୟାରୁ ଆସନ୍ତା ୨୪ ଘଣ୍ଟା ପାଇଁ ନିଷେଧାଦେଶ ଜାରି କରିଛନ୍ତି ନିର୍ବାଚନ କମିସନ।

ଏ ସଂପର୍କରେ ଜାରି ଆଦେଶନାମାରେ ନିର୍ବାଚନ କମିସନ କହିଛନ୍ତି ଯେ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ ନିର୍ବାଚନୀ ପ୍ରଚାର ର‍୍ୟାଲିରେ ନିଜ ଭାଷଣରେ ଅତ୍ୟଧିକ ଉତ୍ତେଜକ ତଥା ଉତ୍ତେଜନାମୂଳକ ମନ୍ତବ୍ୟ ଦେଇ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଧାରା ୧ ଓ ୪ର ଉଲ୍ଲଂଘନ କରିଛନ୍ତି। ଏହି ଆଚରଣ ପାଇଁ କମିସନ ଶ୍ରୀ ଘୋଷଙ୍କୁ ଦୋଷୀ ସାବ୍ୟସ୍ତ କରବା ସହ ତାଙ୍କ ପ୍ରଚାର ଉପରେ ୨୪ ଘଣ୍ଟା ପାଇଁ ରୋକ୍‌ ବା ନିଷେଧାଦେଶ ଲଗାଇଛନ୍ତି। ଫଳରେ ଆଜି (୧୫ ତାରିଖ, ଗୁରୁବାର) ସନ୍ଧ୍ୟା ୭ଟାରୁ ଆସନ୍ତାକାଲି (୧୬ ତାରିଖ, ଶୁକ୍ରବାର) ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର କରିପାରିବେ ନାହିଁ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ।

ଏଥିପୂର୍ବରୁ ନିର୍ବାଚନ କମିସନ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ମଧ୍ୟ ଏହିଭଳି କଟକଣା ଜାରି କରିଥିଲେ।

The post ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷଙ୍କ ପ୍ରଚାର ଉପରେ ୨୪ ଘଣ୍ଟା ପାଇଁ ନିଷେଧାଦେଶ ଜାରି କଲେ ନିର୍ବାଚନ କମିସନ first appeared on Sambad.

from ରାଜନୀତି | Sambad https://ift.tt/3mNSsR7