କୋଲକାତା : ପଶ୍ଚିମବଙ୍ଗରେ ଚାଲିଥିବା ବିଧାନସଭା ନିର୍ବାଚନର ବିଭିନ୍ନ ଦଳର ୬ ଜଣ ପ୍ରାର୍ଥୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ହୋଇଥିବାବେଳେ ଜଣେ ବିଜେପି ଏବଂ ଜଣେ ଆର୍‌ଏସ୍‌ପି (ରିଭୋଲ୍ୟୁସନାରୀ ସୋସସିଆଲିଷ୍ଟ ପାର୍ଟି)ର ବୋଲି ସ୍ବାସ୍ଥ୍ୟ ବିଭାଗର ଜନୈକ ଅଧିକାରୀ ଆଜି ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ନିକଟରେ ମୁର୍ସିଦାବାଦ ଜିଲ୍ଲାର ସମଶେରଗଞ୍ଜ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ରିୟାଜୁଲ୍‌ ହକ୍‌ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବାବେଳେ ମୃତ୍ୟୁ ‌ହୋଇଥିଲା।

The post ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ୬ ପ୍ରାର୍ଥୀ କରୋନା ସଂକ୍ରମିତ first appeared on Sambad.

from ରାଜନୀତି | Sambad https://ift.tt/3ssuH25